xmas

ଏମ.ଭି. ୭୯ ସ୍ଥିତ ଡ଼ଃ ଏସ ପି ଡିଗ୍ରୀ ମହାବିଦ୍ୟାଳୟର ଶୋଚନୀୟ ଅବସ୍ଥା

ମାଲକାନଗିରି, ତା ୨୩.୦୭.୨୦୨୪: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ ହୋଇଯାଇଥିବା ବେଳେ ଏମ.ଭି-୭୯ ସ୍ଥିତ ଡ଼ଃ ଏସ.ପି. ଡିଗ୍ରୀ ମହାବିଦ୍ୟାଳୟ, ଯାହା ୨୦୧୦ ମସିହାରେ ସ୍ଥାପିତ ହୋଇଥିଲା, ଏହାର ଶୋଚନୀୟ ଅବସ୍ଥାକୁ ପହଞ୍ଚିଛି। ଏହି କଲେଜ ପଡିଆ ବ୍ଲକର ଏକମାତ୍ର କଲେଜ ହୋଇଥିବାରୁ ଦୁରଦୁରାନ୍ତରୁ ଅନେକ ଆଦିବାସୀ ହରିଜନ ପିଲା ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। କଲେଜର ଛାତର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ପ୍ରତ୍ଯେକ ଶ୍ରେଣୀ ଗୃହରେ ପାଣି ଗଳୁଅଛି। ଏହି ଘର ବହୁ ପୁରୁଣା ହୋଇଥିବାରୁ ଏହିପରି ସମସ୍ଯା ପ୍ରତ୍ଯେକ ବର୍ଷ ବର୍ଷା ଦିନରେ ଦେଖିବାକୁ ମିଳୁଛି। ଗତ ବର୍ଷ ଛାତ୍ର-ଛାତ୍ରୀ ମାନଙ୍କର ପରୀକ୍ଷା ଚାଲୁଥିବା ସମୟରେ ମଧ୍ୟ ଏହି ସମସ୍ଯା ହୋଇଥିଲା। ଏହାକୁ ସେହି ସମୟରେ ଗଣମାଧ୍ୟମ ଜରିଆରେ ପଶାସନର ଦୃଷ୍ଟି ନିକ୍ଷେପ କରିବାପାଇଁ ଜଣାଯାଇଥିଲା, କିନ୍ତୁ ଏହାର କୌଣସି ସୁଫଳ ମିଳିନଥିଲା। ପୁନର୍ବାର ସେହି ଶୋଚନୀୟ ଅବସ୍ଥାକୁ ଛାତ୍ର-ଛାତ୍ରୀ ଓ କର୍ମଚାରୀମାନେ ସାମନା କରି ଅତ୍ୟନ୍ତ ଦୁଖରେ ମର୍ମାହତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବଳ୍ପ ସାହାଯ୍ୟରେ ଏକ ନୂତନ ଗୃହ ନିର୍ମାଣ କରାଯାଇଛି, ଯଦି ତାହା ତିଆରି ହୋଇଯାଏ, ତେବେ ଏହି ଅଞ୍ଚଳର ଏକମାତ୍ର ଡିଗ୍ରୀ କଲେଜ ଓ ଛାତ୍ର-ଛାତ୍ରୀମାନେ ଉପକୃତ ହେବେ। ଏହି କଲେଜ ୨୦୧୪ ମସିହାରୁ ସରକାରୀ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଥିବାରୁ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ। ଏହି ଘଟଣାକୁ ସ୍ଥାନୀୟ ଲୋକ ଓ ଅଭିଭାବକମାନେ ଦୃଢ ସମାଲୋଚନା କରିଛନ୍ତି। ସ୍ବଳ୍ପ ସମୟ ମଧ୍ୟରେ କଲେଜର ପରିସ୍ଥିତି କୁ ପ୍ରଶାସନ ଗୁରୁତର ସହ ନେଇ ସମସ୍ଯାର ସମାଧାନ କଲେ ଏହି ଅଞ୍ଚଳବାସୀ ଖୁସି ହେବେ।

Leave A Reply

Your email address will not be published.