xmas

ବନ୍ୟା ଅଞ୍ଚଳ ସ୍ଥିତିରେ ସୁଧାର ଆସୁଥିବା ସହ ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବା ନେଇ ସୂଚନା ଦେଲେ ଜିଲ୍ଲାପାଳ

ମାଲକାନଗିରି, ୨୩।୭: ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଜିଲ୍ଲାର ବନ୍ୟା ସ୍ଥିତିକୁ ନେଇ ଆଜି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ଗତକାଲି ସନ୍ଧ୍ୟା ୬ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୨୩.୮୫ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୫୩ଟି ପରିବାରକୁ ତଳି ଅଞ୍ଚଳରୁ ଉଧାର କରି ନ୍ଜିଲ୍ଲର ୩ଟି ସ୍ଥାନରେ ରଖା ଯାଇଛି । ଜିଲ୍ଲାରେ ଅନେକ ଜମି ଜଳ ମଗ୍ନ ହୋଇଥିବା ବେଳେ ଏହାର ସମୀକ୍ଷା ଜାରି ରହିଛି ଓ ଜଳସ୍ତର କମିଲେ ତାହର ସମ୍ପୂର୍ଣ ତଥ୍ୟ ଜଣା ପଡିବ । ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୯୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ୩୦ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ କାଲିମେଳା ୨୯ଟି, ମୋଟୁ ତହସିଲରେ ୩ଟି, କୁଡୁମୁଲୁଗୁମ୍ମାରେ ୪ଟି, ଖଇରିପୁଟରେ ୭ଟି ଓ ମାଥିଲି ବ୍ଲକରେ ୯ଟି ଘର କ୍ଷତିଗ୍ରସ୍ତ ହୋଇଛି । ଏହା ସହ ଜିଲ୍ଲାର ଝରାପାଲିରୁ ତେଲିମେଟା ମଧ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ପୋଲକୁ ତ୍ଵରିତ ଭାବେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଜିଲ୍ଲାର ଶେଷ ସୀମାନ୍ତରେ ଥିବା ମୋଟୁ ଉପରେ ନଜର ରଖା ଯାଇଥିବା ବେଳେ ଗୋଦାବରୀ ନଦୀର ଜଳସ୍ତର ଉପରେ ମଧ୍ୟ ଦ୍ରୁଷ୍ଟି ଦିଆଯାଇ ଆବଶ୍ୟକ ସ୍ଥଳରେ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ନେଇ ଜିଲ୍ଲାପାଳ ଶ୍ରୀ ପାୱାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.