ଚୌଦ୍ୱାର କଲେଜରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ଚୌଦ୍ଵାର: ତା ୨୪.୦୭.୨୦୨୪ ରିଖ ଦିନ ଚୌଦ୍ଵାର କଲେଜ ର” ୟୁଥ୍ ରେଡ କ୍ରସ୍ “ତଥା” ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ, ଉପଖଣ୍ଡ ପ୍ରଶାସନ, କଟକ ସଦର” ର ମିଳିତ ଆନୁକୁଲ୍ୟରେ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା ସମ୍ଵନ୍ଧରେ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ରାଉତରାୟଙ୍କ ଅଧ୍ୟକ୍ଷତା ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେଏକ ଦିନିକିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁକୋ ବ୍ୟାଙ୍କର ଆର୍ଥିକ ଅଧିକାରୀ ଶ୍ରୀ ସତ୍ୟନାରାୟଣ ରାଉତ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଅଧ୍ୟକ୍ଷାଙ୍କ ସ୍ବାଗତ ସମ୍ଭାଷଣ ସହ” ୟୁଥ୍ ରେଡ କ୍ରସ୍” (YRC) ଅଧିକାରୀ ଶ୍ରୀ ବସନ୍ତ କୁମାର ବିଶ୍ଵାଳ ଓ ଡ: ମମତା ସାହୁ ତଥା ADS & FS ବାସନ୍ତୀ ହିବୁରୁ, ଡାକ ଅଧିକ୍ଷକ ଦକ୍ଷିଣ ଉପଖଣ୍ଡ, କଟକର ଶ୍ରୀ ମନୋଜ ରଥ, LDM କଟକର ଶ୍ରୀ ବିଭୁଦତ୍ତ ବେହେରା, FLC, କଟକର ଶ୍ରୀ ପ୍ରସନ୍ ମିତ୍ର ADFS & SO, ସଦର କଟକ ଶ୍ରୀ ସୁକାନ୍ତ କୁମାର ପାତ୍ରଆଦି ବ୍ୟକ୍ତିଗଣ ଅର୍ଥ ରାଶି ବା ଟଙ୍କାର ସଦବ୍ୟବହର, ଏହାର ସୁରକ୍ଷିତ ସଞ୍ଚୟ ସହ ଠକାମୀର ଶିକାର ନ ହେବା ଦିଗରେ ଆଲୋକପାତ କରିଥିଲେ। ଏହି ଶିବିରରେ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଗଣ ଉପସ୍ଥିତ ଥିଲେ। ଅଧ୍ୟାପକ ବସନ୍ତ କୁମାର ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.