xmas

ପୋଲାଭରମ ପ୍ରକଳ୍ପ ପାଇଁ ଜିଲ୍ଲାର କ୍ଷତି ଘଟିଲେ; ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆନ୍ଦୋଳନ ଚେତାବନୀ

ମାଲକାନଗିରି: ଆନ୍ଧ୍ରପ୍ରଦେଶରେ ନିର୍ମାଣଧିନ ବହୁ ଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପ ନିର୍ମାଣରେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ବୁଡ଼ିବା ଆସଂଖା ପ୍ରକାଶକୁ ନେଇ ବିଜେପି ଯେଉଁ କଂଗ୍ରେସକୁ ଦୋଷ ଦେଉଛି ତାକୁ ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପ୍ରେସ ମିଟ କରାଯାଇଥିଲା । ୨୦୦୪ ମସିହାରେ ପୋଲାଭରମ ପ୍ରକଳ୍ପ ଏକ ମହତ୍ ଉଦ୍ଦେଶ୍ୟ ନେଇ ଚାଷୀଙ୍କ ପାଇଁ ଜଳସେଚନ, ବିଦ୍ୟୁତର ଉନ୍ନତି ପାଇଁ ମଞ୍ଜୁର କରାଯାଇଥିଲା। କିନ୍ତୁ ୨୦୧୪ ମସିହାରେ ମୋଦି ସରକାର ଆସିଲା ପରେ ଏହି ପ୍ରକଳ୍ପକୁ ଜାତୀୟ ମାନ୍ୟତା ପ୍ରଦାନ କରିଥିଲେ । ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଚାଲିଛି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି କଂଗ୍ରେସ ଉପରେ ଦୋଷ ଦେଉଛି। ଏହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି ଏବଂ ପୋଲାଭରମ ପ୍ରକଳ୍ପ ପାଇଁ ଜିଲ୍ଲାର କୌଣସି କ୍ଷତି କିମ୍ବା ଅସୁବିଧା ହେଲେ ଜିଲ୍ଲା କଂଗ୍ରେସ କମିଟି ରାଜରାସ୍ତାକୁ ଓହ୍ଲାଇବ ଏବଂ ଜିଲ୍ଲାର ସ୍ବାର୍ଥ ପାଇଁ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର, ଜି ଶ୍ରୀନିବାସ ରାଓ, ମାଲା ମାଡ଼ି ,କେଶୁ ରାଓ, ପ୍ରାଣ କୃଷ୍ଣ ମଣ୍ଡଳ, ପଦ୍ମ ପାଙ୍ଗି, ସରୋଜ ପାତ୍ର, ପ୍ରଭାକର ପାଳ ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.