xmas

ପୌର ପରିଷଦର କାଞ୍ଜିଆ ଘର ନାମକୁ ମାତ୍ର; ଅଧିକାରୀଙ୍କ ନୀରବ ଦ୍ରଷ୍ଟା ଯୋଗୁଁ ପ୍ରାଣ ହରାଇଛନ୍ତି ଗୋ ବଂସ୍ ଓ ନିରୀହ ଲୋକ

ମାଲକାନଗିରି,୨୬/୭: ଆଜି ସନ୍ଧ୍ୟା ସମୟରେ ମାଲକାନଗିରି ସହରରୁ ଦୃତଗତିରେ ଯାଉଥିବା ଏକ ମୋଟର ସାଇକେଲ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ନିକଟରେ ଏକ ବୃଷଭ ସହ ଧକ୍କା ହୋଇଥିଲା l ଧକ୍କା ଦେଇ ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇଯାଇଥିବା ବେଳେ ରାଜରାସ୍ତାରେ ଗୁରୁତର ଭାବେ ଆହତ ହୋଇ ପଡ଼ିରହିଥିଲା ବୃଷଭ l ଖବର ପାଇ ସ୍ଥାନୀୟ ସ୍ଵେଚ୍ଛାସେବୀ ଲକ୍ଷ୍ୟ ଛତ୍ରୀ ନିଜ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଷଣ୍ଢଟିକୁ ଏକ ଗାଡ଼ିରେ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ l ପ୍ରାଣୀ ଡାକ୍ତର ବହୁ ବିଳମ୍ବରେ ଆସି ବୃଷଭଟିକୁ ଦେଖିଥିଲେ l ସେତେବେଳକୁ ବୃଷଭଟିର ଅମୂଲ୍ୟ ଜୀବନ ଚାଲିଯାଇଥିଲା l

ସରକାରଙ୍କ ଯୋଜନା କାହା ସ୍ଵାର୍ଥରେ ? ସନ୍ଧ୍ୟା ୬ଟା ପରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଳୟ ନିଜର ସେବା ଦେବା ବନ୍ଦ କରି ଦେଉଛନ୍ତି l
ଡାକ୍ତର ଘଟଣାସ୍ଥଳକୁ ନଯାଇ ପ୍ରାଣୀକୁ ଡାକ୍ତରଖାନାକୁ ଆଣିବାକୁ ପଡୁଛି l ପୌର ପରିଷଦର ନିଜସ୍ଵ କାଞ୍ଜିଆ ଘର ଥିବା ବେଳେ ସେଠାରେ ପିଇବା ପାଣି ଓ ଖାଦ୍ୟର ଅଭାବ ରହିଛି l ତଦାରଖ କରିବ କିଏ। ୨୪ ଘଣ୍ଟା ନିମନ୍ତେ ମାତ୍ର ଦୁଇ ଜଣ ଜଗୁଆଳି l ଚରାଇବା ନିମନ୍ତେ ଲୋକ ନାହାନ୍ତି l ପୌର ପରିଷଦ ନିଜେ ଭଲରୁପେ କାମ କରୁନାହିଁ କିମ୍ବା ସେବା କରିବାକୁ ଇଚ୍ଛୁକ ଥିବା ସଂଗଠନକୁ କାଞ୍ଜିଆ ଘର ହସ୍ତାନ୍ତର କରାଯାଉ ନାହିଁ କାହିଁକି ? ଏହା ପଛରେ କାହାର ସ୍ବାର୍ଥ ରହିଛି। ସଚେତନତା ନାମରେ ସରକାରୀ ବ୍ୟବସ୍ଥା ଯୋଜନା କେବଳ ନାମକୁ ମାତ୍ର, ୧୦ ଲକ୍ଷରୁ ଅଧିକ ଖର୍ଚ୍ଚରେ ନିର୍ମିତ କାଞ୍ଜିଆ ଘର ଓ ୨୪ ବର୍ଷ ହେବ ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି କେବଳ ଧର୍ମକୁ ଆଖିଠାର ମାତ୍ର l ନିରୀହ ଜୀବନ ବଞ୍ଚାଇବା ନିମନ୍ତେ କାହାର ମଧ୍ୟ ହୃଦୟରେ ଦରଦ ନାହିଁ।

Leave A Reply

Your email address will not be published.