xmas

ନିର୍ବାଚନୀ ପ୍ରଚାରରେ ଦେଇଥିବା ପ୍ରତିଶ୍ରୁତିକୁ ବିଧାନସଭାରେ ଉପସ୍ଥାପନ କଲେ ମାଲକାନଗିରି ବିଧାୟକ

ମାଲକାନଗିରି: ଜାତୀୟ ମାନଚିତ୍ରରେ ସବୁଠାରୁ ପଛରେ ଥିବା ମାଲକାନଗିରି ଜିଲ୍ଲାର ସାଧାରଣ ମୌଳିକ ସମସ୍ୟାର ସମାଧାନ ଛନ୍ଦି ହୋଇଥିବା ବେଳେ ନବ ନିର୍ବାଚିତ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ବିଧାନସଭାରେ ଉପସ୍ଥାପନ କରିଛନ୍ତି ।

ନିର୍ବାଚନୀ ପ୍ରଚାରରେ ଦେଇଥିବା ପ୍ରତିଶୃତିକୁ ପ୍ରଥମ ଅଧିବେଶନର ପ୍ରଥମ ଶୂନ୍ୟ କାଳରେ ଉପସ୍ଥାପନ କରିଲେ ମାଲକାନଗିରିର ବିଧାୟକ ଶ୍ରୀ ନରସିଂହ ମାଡ଼କାମି । ଲାଙ୍ଗୁଏଜ ଶିକ୍ଷକ ନିଯୁକ୍ତି, ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ କରିବା, ବିଦ୍ୟାଳୟ ଗୃହର ଛାତରୁ ପାଣି ପଡ଼ିବା ଇତ୍ୟାଦି ସମସ୍ୟା ଉପସ୍ଥାପନ କରି ଜଣାଇଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ । ବିଧାୟକ ମାଲକାନଗିରି ଶ୍ରୀ ନରସିଂହ ମାଡ଼କାମି ବସ୍ତିର ସମସ୍ୟା ମଧ୍ୟ ଉଠାଇଲେ ବିଧାନସଭାରେ। ବର୍ତ୍ତମାନ ରାଜ୍ୟରେ ଓ କେନ୍ଦ୍ରରେ ବିଜେପି ଡବଲ ଇଞ୍ଜିନ ସରକାର ରହିଥିବାରୁ ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାରେ ଆଲୋଚନା ଜୋର୍ ଧରିଛି ।

Leave A Reply

Your email address will not be published.