xmas

ବାୟାପଡ଼ା ଘାଟିରେ ପୁଣି ଭୁଷ୍କଳନ; ଯୋଗାଯୋଗର ବିଚ୍ଛିନ୍ନ ହେଲା ୧୮ଟି ଗାଁ

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଦୟନୀୟ ସ୍ଥିତି । କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ ଧରଣର ଭୁସ୍କଳନ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ୧୮ଟି ଗାଁର ବାସିନ୍ଦା । ଘାଟିରେ ତୁମ୍ବାପଦର ନିକଟରେ ଭୁସ୍କଳନ ହୋଇଥିବା ବେଳେ ଯାତାୟତ ପାଇଁ କାଠ ପୋଲ ନିର୍ମାଣ କରି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଞ୍ଚଳ ବାସିନ୍ଦା । ସୂଚନା ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଏକ ଅସ୍ଥାହି ରାସ୍ତା କାର୍ଯ୍ୟ ଚାଲିଛି ବର୍ଷା ଯୋଗୁଁ ଅସୁବିଧା ହେଉଛି ଖୁବଶୀଘ୍ର ସ୍ଵାଭାବିକ କରାଯିବ ବୋଲି ଜିଲ୍ଲାପାଳ ସଚିନ ପାୱାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.