xmas

ମାଲକାନଗିରି ଜିଲ୍ଲାରେ ୧୦ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ: କାଙ୍ଗୁରୁକଣ୍ଡା ପୋଲ ଉପରେ ୩ ଫୁଟ ପାଣି

ମାଲକାନଗିରି – କାଲିମେଳା ରାସ୍ତା ବନ୍ଦ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୧୦ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଫଳରେ କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଥିବା ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଜିଲ୍ଲାର ମାଲକାନଗିରି ଠାରୁ କାଲିମେଳା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଲଗାଣ ବର୍ଷା ଯୋଗୁଁ ସିଲେରୁ ଓ ସବେରୀ ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଆନ୍ଧ୍ରପ୍ରଦେଶର କାଲେରୁ ରାସ୍ତା ଓ ଛତିଶଗଡ଼କୁ ସଂଯୋଗ କରୁଥିବା ସବେରୀ ନଦୀ ପୋଲର ଆପ୍ରୋଚ ରାସ୍ତା ଧୋଇ ହେବାର ମରାମତି ସରିଛି। ଫଳରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ଯୋଗାଯୋଗ ପୁଣି ଆରମ୍ଭ ହୋଇଛି । ଏଥିସହ ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ରାସ୍ତାକୁ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି । କାଙ୍ଗୁରୁକୋଣ୍ଡା ରାସ୍ତା ଉପରେ ୩ ଫୁଟ ପାଣି ପ୍ରବାହିତ ଯୋଗୁଁ ଯାତ୍ରୀବାହୀ ଜାନବାହନ ଉଭୟ ପାର୍ଶ୍ଵରେ ଅଟକି ରହିଛି। ଫଳରେ ମାଲକାନଗିରି କାଲିମେଳା ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଛି ।

Leave A Reply

Your email address will not be published.