xmas

ଆଳୁ ଛୁଇଁଲା ୫୦ ଟଙ୍କା, ଖାଉଟି ହନ୍ତସନ୍ତ

ମାଲକାନଗିରି, ୨୭/୭: ସମଗ୍ର ରାଜ୍ୟ ରେ ଆଳୁ ର ଅଭାବ ଥିବା ବେଳେ ସେଥିରୁ ବାଦ ପଡିନାହିଁ ମାଲକାନଗିରି ଜିଲ୍ଲା। ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଆଳୁ କେଜି ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇଦିନ ହେଲା କେଜି ପ୍ରତି ୪୫ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଥିବାରୁ ସାଧରଣ ଖାଉଟି ମାନେ ହନ୍ତସନ୍ତ ହେଉଛନ୍ତି। ଗତ କିଛି ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ପନିପରିବାର ଦର ଆକାଶ ଛୁଆଁ ହୋଇଛି। ସମସ୍ତ ଖାଉଟିଙ୍କ ହାଣ୍ଡିଶାଳରେ ପନିପରିବାର ଅଭାବ ଆଳୁ ହିଁ ମେଣ୍ଟାଉ ଥିଲା। ମାଲକାନଗିରି ଜିଲ୍ଲାରେ ୭ଜଣ ଆଳୁ ହୋଲସେଲର ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହୋଲସେଲର ଉତ୍ତର ପ୍ରଦେଶ, ଆଗ୍ରା ଅନ୍ୟ କିଛି ହୋଲସେଲର କଲିକତା ଓ ଆନ୍ଦ୍ର ପ୍ରଦେଶରୁ ଆଣିଥାନ୍ତି। ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି, ଚିତ୍ରକୋଣ୍ଡା, ଖଇର ପୁଟ ସାତଟି ବ୍ଲକରେ ଖାଉଟିଙ୍କ ପାଇଁ ସପ୍ତାହକୁ ପ୍ରାୟ ୬୦୦ଟନରୁ ଉର୍ଦ୍ଧ ଆଳୁ ଆସିଥାଏ, ଗତ କିଛିଦିନ ହେଲା ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଆସିପାରୁନଥିବାରୁ ମାଲକାନଗିରି ଜିଲ୍ଲାରେ ଆଳୁ ଦର ବୃଦ୍ଧି ପାଇଥିବାରୁ ୪୫ରୁ ୫୦ ଟଙ୍କା ମୂଲ୍ୟରେ ଗାଁ ଗହଳିରେ ଖୁଚୁରାରେ ବିକ୍ରି ହେଉଛି ବୋଲି ଆଳୁର ଖୁଚୁରା ବ୍ୟବସାୟୀ ରିତୁ ସାହୁ ଓ କ୍ରିଷ୍ଣା ରାଓ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ଏମ ଏମ ପଟନାୟକ କହିଛନ୍ତି ଜିଲ୍ଲାରେ ଆଳୁର ଅଭାବ ଦେଖା ଯାଇନାହିଁ। ଆଳୁ ହୋଲସେଲର ବ୍ୟବସାୟୀ ମାନେ କେଜି ପ୍ରତି ୩୨ ଟଙ୍କାରେ ବିକ୍ରି କରୁଥିବା ବେଳେ ଖୁଚୁରା ବ୍ୟବସାୟୀ ମାନେ କେଜିକୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆଳୁ ବେପାରୀ ମାନଙ୍କୁ ଆଳୁ କେଜି ପ୍ରତି ୪୦ଟଙ୍କାରୁ ଅଧିକ ମୂଲ୍ୟରେ କେହି ବିକ୍ରି ନକରିବାକୁ ସତର୍କ କରିଦିଆଯାଇଛି। ଦୁଇ ଦିନ ମଧ୍ୟରେ ଜିଲ୍ଲାକୁ ୫ ଗାଡି ଆଳୁ ଆସିଯିବ ବୋଲି ଶ୍ରୀ ପଟନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.