ଜିଲ୍ଲାର ବିଦ୍ୟୁତ ସମସ୍ୟାକୁ ନେଇ ବିଧାୟକ କଲେ ସମୀକ୍ଷା

ମାଲକାନଗିରି,୨୮।୭: ମାଲକାନଗିରି ଜିଲ୍ଲା ସଦରରେ ଥିବା ସର୍କିଟ ହାଉସରେ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କ ଅଧକ୍ଷତାରେ ଜିଲ୍ଲାର ବିଜୁଳି ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ବିଜୁଳି ବିଭାଗର ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ବିଜେପି ନେତା ଏବଂ ମାଲକାନଗିରି ପୌର ପରିଷଦର ବିଧାୟକ ପ୍ରତିନିଧି ରାହୁଲ ତିଵାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ଯେଉଁ ସବୁ ଗ୍ରାମର ଲୋକମାନେ ବିଜୁଳି ଜନିତ ସମସ୍ୟା ଓ ବିଜୁଳି ବିଲ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାର କିପରି ଯଥାଶୀଘ୍ର ସମାଧାନ ହେଇପାରିବ ସେନେଇ ଆଲୋଚନା କରଯାଇଥିଲା । ଏହା ବ୍ୟତୀତ ଯେଉଁ ଲୋକମାନଙ୍କ ଘରେ ବିଜୁଳି ସଂଯୋଗ ନାହି କିମ୍ବା କାଟି ଦିଆଯାଇଛି, ତାହାର କିପରି ସମାଧାନ ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲାରେ କ୍ରମାଗତ ଭାବେ ବିଦ୍ୟୁତ ସମସ୍ୟା ଲାଗି ରହିଥିବା ବେଳେ ଏହାର କିପରି ସ୍ଥାୟୀ ସମାଧାନ ହୋଇପାରିବ ଉକ୍ତ ବୈଠକ ରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.