ଆମ ସମ୍ବଳ ସଂଗଠନ ପକ୍ଷରୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ

କଟକ, ୨୮/୭: ‘ଆମ ସମ୍ବଳ’ ସଂଗଠନ ପକ୍ଷରୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆର୍ନ୍ତଜାତୀୟ ମାନବାଧିକାର ଫୋରମ୍‌ର ଅଧ୍ୟକ୍ଷା ଡକ୍ଟର ସୁବାସିନୀ ବଳ, କଟକ ମହାନଗର ନିଗମ ଏବଂ ସିଡିଏ ଏନଫୋର୍ସମେଂଟ ଟିମ୍ ମୁଖ୍ୟ ଶ୍ରମିକ ବିଭୂତିରାୟ, ନାଲକୋର ଅବସରପ୍ରାପ୍ତ ଡି.ଜି.ଏମ୍ ଇଂ. ଅଶୋକ କୁମାର ଧଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଏକ ସ୍ଥିର ତଥା ସୁସ୍ଥ ସମାଜ ବଜାୟ ରଖିବା ପାଇଁ ଏକ ସୁସ୍ଥ ପରିବେଶ ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ସିଡିଏ ୮ ନଂ ନରାଜ ରିଂ ରୋଡ଼ ପାଶ୍ୱର୍ରେ ଶତାଧିକ ଚାରାରୋପଣ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ବିକ୍ରମ ଦାଶ, ଉପଦେଷ୍ଟା ସୋମନାଥ ରାଉତ, ବିଜୟ କୁମାର ନାଥ, ଦେବେନ୍ଦ୍ର ମୋହନ ଗମାଙ୍ଗ, ନୌଷକ କୁମାର ନାୟକ, ଯୁଗ୍ମ ସମ୍ପାଦକ ମହାଶିଷ ପ୍ରସାଦ, ଦୀପକ ମଲ୍ଲିକ, ନିଳାଦ୍ରୀ ଦାସ, ଲକ୍ଷ୍ମୀଧର ଦାସ, ମନ୍ମଥ ସାହୁ, ପ୍ରଭାନନ୍ଦ ବେହେରା, ପ୍ରଦୀପ କୁମାର ମହାନ୍ତି, ମାନସ ଜଟ୍ଟ,ଗୀତାଞ୍ଜଳି ମିଶ୍ର, ପ୍ରଭାସିନୀ ଜେନା, ସୁସ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ମାନସ ରଂଜନ ପରିଡ଼ା ପରିଚାଳନା କରିଥିଲେ ।

Leave A Reply

Your email address will not be published.