ମାଲକାନଗିରିରେ ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲାସ୍ତରୀୟ ବୈଠକ

ମାଲକାନଗିରି,୪।୮ ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ବିଶ୍ଵ ହିନ୍ଦୁ ପରିଷଦର ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ପଶ୍ଚିମ ଓଡ଼ିଶାର ରାଜ୍ୟ ସଙ୍ଗଠନ ମନ୍ତ୍ରୀ ସତ୍ୟନାରାୟଣ ଥନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ, ମାଲକାନଗିରି ଜିଲ୍ଲା ସଭାପତି ନୀଳମଣି ପ୍ରଧାନ ଓ ଜିଲ୍ଲା ସାଧାରଣ ସମ୍ପାଦକ ବାଲାରାଜୁ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ବୈଠକ ପରିଚାଳନା କରିଥିଲେ । ବୈଠକର ମୁଖ୍ୟ ଅତିଥି ଶ୍ରୀ ଥନାପତି କହିଥିଲେ ଯେ ଆଗାମୀ ଦିନରେ ଷଷ୍ଠିପୁର୍ତ୍ତି ପ୍ରଖଣ୍ଡ ଓ କାର୍ଯ୍ୟକାରୀଣୀ ପରିଷଦର ସମସ୍ତ ୧୭ ଗୋଟି ପଦବୀ ପୂରଣ ନିମନ୍ତେ ସମସ୍ତେ ସହଯୋଗ କରିବା ପାଇଁ ଆହ୍ବାନ କରିଥିଲେ । ମୁଖ୍ୟତଃ ଭାବେ ସଙ୍ଗଠନର କାର୍ଯ୍ୟଶୈଳୀକୁ ଲୋକାଭିମୁଖୀ କରିବା ସହ ଆହୁରି ମଜଭୂତ, କ୍ରିୟାଶୀଳ ଓ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ କରିଛନ୍ତିି । ଖାସକରି ହିନ୍ଦୁ ସମାଜର କିଛି ଲୋକ ଅନ୍ୟ ଧର୍ମାବଲମ୍ବୀଙ୍କ ମିଛ ପ୍ରଲୋଭନରେ ପଡି ଅନ୍ୟ ଧର୍ମକୁ ଆପଣେଇ ନେଉଥିବା ଉଦବେଗର କାରଣ ପାଲଟିଛି ଓ ଏଥି ନିମନ୍ତେ ସମସ୍ତଙ୍କୁ ସତର୍କ କରିବା ସହ ଉକ୍ତ ଧର୍ମାନ୍ତରୀକରଣ ବ୍ୟକ୍ତିମାନଙ୍କୁ ପୁନର୍ବାର ହିନ୍ଦୁଧର୍ମକୁ ପ୍ରତ୍ୟାର୍ବନ କରିବା ପାଇଁ ପ୍ରଚେଷ୍ଟା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆଜିର ଏହି ବୈଠକରେ ଜିଲ୍ଲା ସଙ୍ଗଠନ ମନ୍ତ୍ରୀ ଶିବପଦ ମିର୍ଦ୍ଧା, ବଜରଂଗ ଦଳ ସଂଯୋଜକ ବିଜୟ କୁମାର ନାୟକ, ସଦସ୍ୟ ଗୋଷାଲ ବିଶ୍ୱାସ, ସଦାନନ୍ଦ ଓଝା, ବନମାଳୀ ପାତ୍ର, ଆନନ୍ଦ କବିରାଜ, ଦୁଃଶାସନ ମହାପାତ୍ର, ଭଗବାନ ସାହୁ, ପ୍ରଭାତ ବିଶ୍ଵାସ, ଗୋବିନ୍ଦ ବିଶ୍ୱାସ ଓ ମୃଣାଳ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.