ଚୋରା ଚାଉଳ କାରବାର ନେଇ ସୂଚନା ସତ୍ବେ ପଦକ୍ଷେପ ନେଲାନି ଯୋଗାଣ ବିଭାଗ, ଖାମଖିଆଲି ନୀତି ଯୋଗୁଁ ମାଲେମାଲ କଳା ବେପାରୀ

ମାଲକାନଗିରି,୪।୮: ଚୋରା ବେପାରୀଙ୍କୁ ସାହା ହେଉଛନ୍ତି ସରକାରୀ ଅଧିକାରୀ, ଚୋରା ଚାଉଳ ଚାଲାଣ ନେଇ ସୂଚନା ମିଳିବାର ଘଣ୍ଟା ଘଣ୍ଟା ସମୟ ବୀତି ଯାଇଥିଲେ ମଧ୍ୟ ପଦକ୍ଷେପ ନେଲାନି ଯୋଗାଣ ବିଭାଗ । କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ଚୋରା ଚାଉଳ ବେପାର ଦିନକୁ ଦିନ ବଢିବାରେ ଲାଗିଛି । ଏଠି ଅନେକ ସମୟରେ ସରକାର ଗରିବ ହିତାଧିକାରୀଙ୍କ ଉଦେଶ୍ୟରେ ଯୋଗଉଥିବା ବେଳେ ସେଗୁଡିକ ଚୋରାରେ ବିକ୍ରି ହେଉଥିବାରୁ ପୂର୍ବରୁ ଅନେକ ଅଭିଯୋଗ ହୋଇଛି । ତେବେ ଆଜି ସକାଳୁ ବାହାର ରାଜ୍ୟରେ ଏହିପରି ସରକାରଙ୍କ ପକ୍ଷରୁ ଯୋଗା ଯାଉଥିବା ଚାଉଳକୁ କଳା ବଜାରୀ କରି ମାଲକାନଗିରି ଅଣାଯାଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇ ଏନେଇ କିଛି ଗଣ ମାଧ୍ୟମ ପ୍ରତିନିଧି ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀଙ୍କୁ ଅବଗତ କରାଇଥିଲେ । ତେବେ ଏକ ଟ୍ରକ ଯୋଗେ ଏହି ଚାଉଳ ଆସୁଥିବା ବେଳେ ଯୋଗାଣ ବିଭାଗର ଅଧିକାରୀଙ୍କୁ ଅବଗତ କରାଇବା ସତ୍ବେ ସେ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଟ୍ରକଟି ଜିଲ୍ଲା ସଦରର କୌଣସି ଏକ ମିଲ ମଧ୍ୟରେ ଏହି ଚାଉଳ ଯୋଗାଇ ଥିବା ନେଇ ସୂଚନା ମିଳିଥିବା ବେଳେ ବାରମ୍ବାର ଏନେଇ ଯୋଗାଣ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ଅବଗତ କରଯାଇଥିଲା । ଲକ୍ଷ ଲକ୍ଷ ଟଙ୍କାର ଚାଉଳ ଚୋରାରେ କିଣି ଜିଲ୍ଲାକୁ ଅଣା ଯାଉଥିବା ବେଳେ ଏହିପରି ଗୁରତ୍ଵପୂର୍ଣ ଖବର ପାଇ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ମାନେ କୌଣସି ପଦକ୍ଷେପ ନେଇ ନଥିଲେ । ଏନେଇ ପ୍ରଥମେ ମାର୍କେଟିଂଗ ଇନ୍ସପେକ୍ଟରଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ବିଷୟରେ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ କହିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ମନ୍ଦିରରେ ଅଛନ୍ତି ଏବଂ ଏନେଇ ପଦକ୍ଷେପ ନେଉଛି ବୋଲି କହିଥିଲେ । ଦୀର୍ଘ ସମୟ ଧରି କୌଣସି ଅଧିକାରୀ କିଛି ପଦକ୍ଷେପ ନେଇ ନଥିବା ବେଳେ ଏନେଇ ମାଲକାନଗିରି ଅତିରିକ୍ତ ଯୋଗାଣ ଅଧିକାରୀ ବୁଦ୍ଧ ଦେବ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ତାଙ୍କୁ ଏନେଇ ଖବର ଦିଆଯାଇଥିଲା, କିନ୍ତୁ ସେ ଜିଲ୍ଲାକୁ ନୂଆ ନୂଆ ଆସିଥିବାରୁ ତାଙ୍କ ନିକଟରେ ଗାଡି ନଥିବା ଯୋଗୁଁ ସେ ତୁରନ୍ତ ପଦକ୍ଷେପ ନେଇ ପାରି ନଥିଲେ । କାର୍ଯ୍ୟଳୟରେ ଯେକୌଣସି ମତେ ପହଞ୍ଚିବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ସରକାରୀ କାର୍ଯ୍ୟ ପାଇଁ ସରକାରୀ ଗାଡିରେ ଯାଇଥିବା ବେଳେ ଆମ ନିକଟରେ ଆଉ ଗାଡି ନାହି, ତେବେ ସେ ଏନେଇ ଅଧିକାରୀଙ୍କ ସହ କଥା ହୋଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଏମ ଆଇ ଏନେଇ ଚାହିଁଥିଲେ ତୁରନ୍ତ ପଦକ୍ଷେପ ନେଇ ପାରିଥାନ୍ତେ । ଏପରି ସରକାରୀ ଅଧିକାରୀଙ୍କ ମନ୍ତବ୍ୟ ଗୁଡିକ ଚୋରା ବେପାରୀଙ୍କୁ ଘଣ୍ଟ ଘୋଡେଇ ରଖିବା ଭଳି ମନେ ହେଉଥିବା ବେଳେ ବିଭାଗୀୟ ଉଦାସୀନତା ଯୋଗୁଁ ଜିଲ୍ଲାରେ ବାରମ୍ବାର ଏପରି ଘଟଣା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି । ବିଗତ ଦିନରେ ମାଲକାନଗିରି ଜିଲ୍ଲା ଗସ୍ତରେ ବିଭାଗୀୟ ମନ୍ତ୍ରୀ ଆସିଥିବା ବେଳେ ଜିଲ୍ଲାବାସୀ ଯୋଗାଣ ବିଭାଗର ବିଭିନ୍ନ ଅବହେଳାକୁ ନେଇ ତାଙ୍କର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଶୈଳୀରେ କୌଣସି ପରିବର୍ତ୍ତନ ହୋଇନଥିବା ପାରି ମନେ ହେଉଛି ।

Leave A Reply

Your email address will not be published.