ବାଇକକୁ ଧକ୍କା ଦେଲା ଟ୍ରକ: ଦୁଇ ମୃତ, ଜଣେ ଗୁରୁତର

ବଡ଼ଚଣା: ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣାପଡିଛି l
ଘଟଣାରୁ ପ୍ରକାଶ ଯେ, ଏନଏଚ ୫୩ ନମ୍ବର ଜାତୀୟ ରାଜପଥ କଉଡୁକୋଲ ପେଟ୍ରୋଲ ପମ୍ପ ନିକଟରେ ବାଇକକୁ ଧକ୍କା ଦେଲା ଏକ ଟ୍ରକ l ଘଟଣା ସ୍ଥଳରେ ବାଇକରେ ତିନି ଜଣ ଥିବା ବେଳେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ଗାଡ଼ି ଚାଳକ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି l ମୃତକ ଦ୍ବୟ ବରଅଠା ଅଞ୍ଚଳର ଶୁଭମ ସିଂ ଓ କଳ୍ପନା ସିଂ ବୋଲି ଜଣାପଡିଛି l କଉଡୁକୋଲ ଛକରୁ ମେଡ଼ିସିନ ନେଇ ସ୍ଥାନୀୟ ପେଟ୍ରୋଲ ପମ୍ପରୁ ବାଇକରେ ପେଟ୍ରୋଲ ପକାଇ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା l ସ୍ଥାନୀୟ ଲୋକେ ଟାୟାର ଜାଳି ଚାପା ଉତ୍ତେଜନା କରିବା ସହ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତାକୁ ଅବରୋଧ କରିଥିଲେ l ଖବର ପାଇ ମାହାଙ୍ଗା ପୋଲିସ ଏଵଂ ବଡ଼ଚଣା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ଅବରୋଧ ହଟିଥିଲା l ମୃତକଙ୍କୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି l

Leave A Reply

Your email address will not be published.