ହସ୍ତତନ୍ତ ଦିବସରେ ହସ୍ତତନ୍ତ ବସ୍ତ୍ର ପରିଧାନ କରି ନିଆରା ବାର୍ତ୍ତା ଦେଲେ ଜିଲ୍ଲାପାଳ ସଚିନ ପାୱାର

ମାଲକାନଗିରି, ୭।୮: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହସ୍ତତନ୍ତ ବସ୍ତ୍ର ପରିଧାନ କରି ନିଆରା ବାର୍ତ୍ତା ଦେଲେ ମାଲକାନଗିରି ଜିଲ୍ଲାପାଳ । ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଦିବସକୁ ସରକାରୀ ସ୍ତରରେ ପାଳନ କରାଯାଉଥିବା ବେଳେ ସରକାରୀ ସ୍ତରରେ ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି । ତେବେ ଏହି ଦିବସକୁ ପାଳନ କରିବା ସହ ନିଜେ ହସ୍ତତନ୍ତ ବସ୍ତ୍ର ପରିଧାନ କରି ସମାଜକୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର । ରାଜ୍ୟରେ ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ସହ ହସ୍ତତନ୍ତ ଉପରେ ନିର୍ଭର କରି ବଞ୍ଚୁଥିବା ପରିବାର ପାଇଁ ଜିଲ୍ଲାପାଳ ଶ୍ରୀ ପାୱାରଙ୍କ ଏପରି ପଦକ୍ଷେପ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇବା ସହ ତାଙ୍କର ଏପରି ପଦକ୍ଷେପକୁ ମଧ୍ୟ ବେସ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.