xmas

ମଉଳିଲା ଫାଇନାଲ ଆଶା, ଭିନେଶ ଡିସ୍‌କ୍ୱାଲିଫାଏଡ୍‌ 

୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍‌ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି।

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟ୍‌କା। ମଉଳିଲା ଗୋଲ୍ଡ ମେଡାଲ ଆଶା। ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷିତ ହେଲେ ଭାରତୀୟ ରେସଲର୍ ଭିନେଶ ଫୋଗାଟ୍‌। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍‌ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ ଭିନେଶଙ୍କ ଓଜନ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଛି। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ପ୍ରତିଯୋଗିତାର ନିୟମ ଅନୁଯାୟୀ, ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ। ଏବେ କେବଳ ୫୦ କିଲୋଗ୍ରାମରେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ବିଜେତାମାନେ ହିଁ ଅଂଶଗ୍ରହଣ କରିବେ। 

ଗତକାଲି ୫୦ କେଜି ଫ୍ରି-ଷ୍ଟାଇଲ  ଫାଇନାଲରେ ପହଁଚିଥିଲେ ଭିନେଶ। ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ବିପକ୍ଷ ପ୍ରତିଯୋଗୀଙ୍କୁ ଚାପରେ ରଖିଥିଲେ ଭିନେଶ। ଆଟାକିଂ ଜାରି ରଖିଥିଲେ। ଫାଷ୍ଟ ହାଫରେ ୧-୦ରେ ଆଗୁଆ ଥିବା ଭିନେଶ ସେକେଣ୍ଡ ହାଫରେ ଆଉ ୪ ପଏଣ୍ଟ ପାଇ ୫-୦ରେ ଜିତିଥିଲେ। 

Leave A Reply

Your email address will not be published.