ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର, ୧୦ ଅଗଷ୍ଟ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ହସ୍ପିଟାଲର ଶିଶୁରୋଗ ବିଭାଗ ପକ୍ଷରୁ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଇଥିଲା ।

ସମଗ୍ର ବିଶ୍ୱରେ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଏ । ଚଳିତ ବର୍ଷର ପ୍ରସଙ୍ଗ ରହିଥିଲା “କ୍ଲୋଜିଙ୍ଗ ଦ ଗ୍ୟାପ୍‌-ବ୍ରେଷ୍ଟଫିଡିଙ୍ଗ ସପୋର୍ଟ ଫର୍ ଅଲ୍‌” ।

ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୨ ତାରିଖ ଦିନ ହସ୍ପିଟାଲ୍‌ରେ ମା ଏବଂ ନର୍ସିଂ ଅଫିସରମାନଙ୍କୁ ଉଭୟ ମା ଓ ଶିଶୁଙ୍କ କ୍ଷେତ୍ରରେ ସ୍ତନ୍ୟପାନର ଉପକାରିତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହିପରି ସ୍ତନ୍ୟପାନର ବିଭିନ୍ନ ପ୍ରକ୍ରିୟା ବିଷୟରେ ମଧ୍ୟ ଶିକ୍ଷା ଦିଆଯାଇଥିଲା ।

ଅଗଷ୍ଟ ୫ ତାରିଖ ଦିନ ଡାକ୍ତର, ନର୍ସିଂ ଅଫିସର ଏବଂ ଷ୍ଟାଫମାନଙ୍କ ମଧ୍ୟରେ ଏହି ବିଷୟରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ୬ ତାରିଖ ଦିନ ହସ୍ପିଟାଲ୍‌ରେ ଏକ ସିଏମଇ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ଡାକ୍ତର ରାଜେଶ ଲେଙ୍କା, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରାଜେଶ କୁମାର ସେଠୀ, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ତାପସୀ ପତି, ଶିଶୁରୋଗ ବିଭାଗର ପ୍ରଫେସର ଡାକ୍ତର ସୁଧାଂଶୁ କୁମାର ଦାସ ଏବଂ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.