ୟୁଥ ଫର ସେବା ଦ୍ଵାରା ରୋପଣଯୋଗ୍ୟ ରାକ୍ଷୀ କର୍ମଶାଳା

ଭୁବନେଶ୍ବର, ତା ୧୧,୦୮,୨୪ରିଖ: ଆଜି (ରବିବାର) ୟୁଥ ଫର ସେବା (ଜାତୀୟସ୍ତରର ସାମାଜିକ ଅନୁଷ୍ଠାନ) ଭୂବନେଶ୍ୱର ଶାଖା ତରଫରୁ ଗଙ୍ଗନଗର ସ୍ଥିତ ସ୍ଵାମୀ ବିବେକାନନ୍ଦ ଚାଟଶାଳୀରେ ବିଭିନ୍ନ ମଞ୍ଜିରେ ରୋପଣ ଯୋଗ୍ୟ ରାକ୍ଷୀ ତିଆରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା। ବଜାରରେ ମିଳୁଥିବା ରାକ୍ଷୀ ମାଟିରେ ଅବକ୍ଷୟ ହୋଇପାରିବ ନାହିଁ କିନ୍ତୁ ସିଡ୍ ରାକ୍ଷୀ ମାଟିରେ ପଡ଼ିବା ପରେ ସେଥିରୁ ଗଛ ଉଠିବ ।

ବର୍ତ୍ତମାନ ସମୟରେ ଧୀରେ ଧୀରେ ଗଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ରାକ୍ଷୀ ମାଧ୍ୟରେ ସବୁଜ ବଳୟ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ରୋପଣଯୋଗ୍ୟ ରାକ୍ଷୀ ବା ସିଡ ରାକ୍ଷୀ ତିଆରି ପଦ୍ଧତି ଅତି ସହଜ । ଆମେ ନିଜ ନିଜ ଘରେ ମଧ୍ୟ ତିଆରି କରିପାରିବା । ସୂତା, ବୋର୍ଡ଼, ଅଠା ଏବଂ ବିଭିନ୍ନ ପ୍ରକାର ମଞ୍ଜିକୁ ବ୍ୟବହାର କରି ତିଆରି ହୋଇଥିବା ଏହି ରାକ୍ଷୀକୁ ରାକ୍ଷୀ ପୂର୍ଣ୍ଣିମା ଦିନ ସେନାଙ୍କ ହାତରେ ବନ୍ଧାଯିବ ।

ଆଜିର ଏହି କାର୍ଯ୍ୟକ୍ରମରେ ୟୁଥ ଫର ସେବାର ୩୯ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କାଳିଆ, ପ୍ରଣୟ, ଶୁଭଲକ୍ଷ୍ମୀ, ଶୁଭଶ୍ରୀ, ଶୁଭସ୍ମିତା, ସାଗରିକା, ସଙ୍ଗୀତା, ଶୁଭଂକର ଓ ପୂର୍ଣ୍ଣ ପ୍ରମୁଖ ଯୋଗଦେଇଥିଲେ । ଏଭଳି ନିଆରା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.