ମାଲକାନଗିରି ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଆଶିଷ ଈଶ୍ୱର ପାଟିଲ୍

ମାଲକାନଗିରି, ୧୨।୮: ମାଲକାନଗିରି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଶିଷ ଈଶ୍ୱର ପାଟିଲ୍ । ସେ ଆଜି ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲାପାଳ ଭାବେ ସଚିନ ପାୱାର ରହିଥିବା ବେଳେ ତାଙ୍କର କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା । ତେବେ ଏହି ନିର୍ଦେଶ ପରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ପାଟିଲଙ୍କ ବଦଳି ହେବା ପରେ ସେ ଆଜି ଜିଲ୍ଲାରେ ପହଞ୍ଚି ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ନୂତନ ଜିଲ୍ଲାପାଳ ଶ୍ରୀ ପାଟିଲଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.