ଘରେ ଘରେ ତ୍ରିରଙ୍ଗା ଅଭିଯାନ ନେଇ ତ୍ରିରଙ୍ଗା ଦୌଡ ଓ ମାରାଥନ

ମାଲକାନଗିରି, ୧୩/୦୮/୨୪: ଚଳିତ ବର୍ଷ ୭୮ତମ ସ୍ବାଧିନତା ଦିବସ ପାଳନ ନେଇ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ତ୍ରିରଙ୍ଗା ଦୌଡ ଓ ମାରାଥନ ଅନୁଷ୍ଠିତ ହୋଇଯାଇଅଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ଚିତ୍ରକୋଣ୍ଡା ବିଧାୟକ, ମଙ୍ଗୁ ଖିଲ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ସାମିଲ ହୋଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ, ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆସନ୍ତାକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି ଏବଂ ସଂସ୍କୃତି ଭବନ ଠାରେ ତ୍ରିରଙ୍ଗା କନସୋର୍ଟ ଆୟୋଜନ କରାଯିବ। ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି ଏବଂ କ୍ରୀଡା ବିଭାଗର କର୍ମଚାରୀମାନେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ପରିଷଦ ଅର୍ଥ ପରିଚାଳକ, ମାନସ ମିଶ୍ର, ବାଲାଜୀ ପଟ୍ଟନାୟକ, ହିମାଂଶୁ ମହାରଣା, ନିରଞ୍ଜନ ତାଙ୍ଗାରଙ୍ଗା, ଡ଼ଃ ରଞ୍ଜନ ସ୍ୱାଇଁଙ୍କ ସମେତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.