xmas

ମାଲକାନଗିରି ବିଧାୟକଙ୍କ ଦ୍ଵାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ମାଲକାନଗିରି: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ କନଫରେନ୍ସ ହଲରେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକାମି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଭୂମିହୀନ ଆଦିବାସୀ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ। ଚାଲାଣ ଗୁଡା ଏବଂ ସିନ୍ଧ୍ରିମାଳର ପଞ୍ଚାୟତର ସର୍ବ ମୋଟ୍ ଶହେ ତିନୋଟି ପଟ୍ଟା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ଉପଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ତହସିଲଦାର ଡଃ ଲଳିତ କୁମାର ବାଘ, ବନ ବିଭାଗ ଅଧିକାରୀ ବାଣିଶ୍ରୀ ମନସ୍ବିନୀ ଦେବୀ, ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଶିବ ଚରଣ ସୀଠ, ବରିଷ୍ଠ କିରାଣୀ ମନୋହର ସୁଗ୍ରୀବ, ଡି ଡବଲୁ ଓ ଅନିମେଷ ମହାପାତ୍ର ଏବଂ ଜଙ୍ଗଲ ଜମି କୋଅର୍ଡିନେଟର ସୌରଭ କୀର୍ତ୍ତନିଆଙ୍କ ସହିତ ସ୍ବେଚ୍ଛାସେବୀ ସଂସ୍ଥା “ପରିବର୍ତନ”ର କର୍ମକର୍ତ୍ତା ସରୋଜ କୁମାର ଅଗସ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.