xmas

ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ବିଶାଳ ଶୋଭାଯାତ୍ରା

ମାଲକାନଗିରି: ବାଂଲାଦେଶରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ସହିତ, ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅକଥ୍ଯ ନିର୍ଯାତନା ଓ ଅତ୍ୟାଚାର, ନାରୀ ଧର୍ଷଣ, ମନ୍ଦିରଗୁଡିକୁ ନିଆଁ ଲଗାଇ ପୋଡ଼ି ଦେବା,ଧନ ସମ୍ପତ୍ତି ନଷ୍ଟ ଓ ଲୁଟ ପାଟ ବିରୁଦ୍ଧରେ ପ୍ରତିବାଦ ଜଣାଇ, ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ତୁରନ୍ତ ବନ୍ଦ କରିବା ସହିତ, ଭାରତରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମୁସଲମାନ ମାନଙ୍କୁ ଅତି ଶୀଘ୍ର ଚିହ୍ନଟ କରି, ଭାରତରୁ ବାହାର କରିଦେଇ ଭବିଷ୍ୟତରେ ଭାରତର ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ଉଦ୍ଧେଶ୍ୟରେ, ମାଲକାନଗିରି ବେଙ୍ଗଲି ସମାଜ, ମାଲକାନଗିରି ଜିଲ୍ଲାର ହିନ୍ଦୁ ଜାଗରଣ ମଞ୍ଚ, ଇସ୍କନ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏବଂ ବିଭିନ୍ନ ହିନ୍ଦୁ ସଙ୍ଗଠନ ତରଫରୁ ଗୋଟିଏ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଓ ବିଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟ, କର୍ମକର୍ତ୍ତା ମାନଙ୍କ ସହିତ, ହିନ୍ଦୁ ସାଧୁ ସନ୍ୟାସୀ ଏବଂ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ମଧ୍ୟ ଭାଗ ନେଇଥିଲେ। ଏହି ଶୋଭାଯାତ୍ରା ମାଲକାନଗିରି ବସଷ୍ଟାଣ୍ଡ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ମାଲକାନଗିରି ବେଙ୍ଗଲି ସମାଜ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ହିନ୍ଦୁ ଜାଗରଣ ମଞ୍ଚ, ଇସ୍କନ ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନର କର୍ମକର୍ତ୍ତାମାନେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି,ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଏବଂ ଆକ୍ରମଣ ବନ୍ଦ ନ ହେବା ପର୍ଯ୍ୟନ୍ତ, ଏହିପରି ପ୍ରତିବାଦ ଜାରି ରହିବ ବୋଲି ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତାମାନେ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.