ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ ସ୍ୱାଧୀନତା ଦିବସ ପାଳନ ଏବଂ ଶିକ୍ଷାମନ୍ତ୍ରୀଙ୍କ ପରିଦର୍ଶନ

ମାଲକାନଗିରି, ୧୫/୦୮: ମାଲକାନଗିରି ଜିଲ୍ଲାର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ମହୋଦୟ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତାର ମହତ୍ତ୍ୱ ଓ ଆଦର୍ଶ ସଂପର୍କରେ ବକ୍ତବ୍ୟ ରଖିଥିଲେ । ତାଙ୍କ ପରେ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ ପୂର୍ବକ ସ୍ୱାଧୀନତା ଦିବସର ଗୁରୁତ୍ୱ ସଂପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ। ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସନ୍ନିକଟବର୍ତ୍ତୀ ଗାଁରେ ତ୍ରୀରଙ୍ଗା ପତାକା ଧରି ରାଲି କରିଥିଲେ ।

ଏହାପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ନିର୍ଦିଷ୍ଟ ସମୟରେ ଓଡ଼ିଶାର ଯୁବ ଶିକ୍ଷାମନ୍ତ୍ରୀ ମାନ୍ୟବର ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମହୋଦୟ ଅନୁଷ୍ଠାନକୁ ପରିଦର୍ଶନ ପାଇଁ ପହଞ୍ଚିଥିଲେ । ତାଙ୍କ ସାଥିରେ ଥିଲେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଈଶ୍ୱର ପାଟିଲ ମହୋଦୟ, ମାଲକାନଗିରି ଜିଲ୍ଲାର ଲୋକ ପ୍ରତିନିଧି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ, ପୁଲିସ ସୁପରିଟେଡେଣ୍ଟ ଶ୍ରୀଯୁକ୍ତ ନୀତିଶ ୱାଦୱାନୀ, ଏଡିସ୍ନାଲ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ବେଦବର ପ୍ରଧାନ, ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ଗୋପାଲ ହାଲଦାର୍ ପ୍ରମୁଖ । ଏହି ଅତିଥିମାନଙ୍କୁ ଆଦିବାସୀ ନୃତ୍ୟ ପରିବେଷଣ ପୂର୍ବକ ଅନୁଷ୍ଠାନକୁ ସ୍ୱାଗତ କରାଯାଇଥିଲା। ଏହାପରେ ସମସ୍ତଙ୍କୁ ସଭା କକ୍ଷକୁ ନିଆଯାଇ ଥିଲା। ସେଠାରେ ଅତିଥିମାନେ ଭାରତମାତା ଓ ମହାପୁରୁଷଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପଅର୍ଘ୍ୟ ପ୍ରଦାନ କରିଥିଲେ । ତାଙ୍କ ପାଇଁ ଆୟୋଜିତ ଏହି ଅଭ୍ୟର୍ଥନା ସଭାରେ ଅଧ୍ୟକ୍ଷ ମହୋଦୟ ଅତିଥି ପରିଚୟ ପ୍ରଦାନ ସହିତ ନିଜର ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ସଭାର ମୁଖ୍ୟ ଆକର୍ଷଣ ମାନ୍ୟବର ଶିକ୍ଷାମନ୍ତ୍ରୀ କଲେଜର ଉନ୍ନତିମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ସଭାରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାକୁ ବାଣିଜ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ପ୍ରସନ୍ନ କୁମାର ବରାଳ ପରିଚାଳନା କରିଥିବାବେଳେ ଗଣିତ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ସୂର୍ଯ୍ୟକାନ୍ତ ପାଲ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସହିତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.