xmas

ୱାଇ.ବି. ଖୁରାନିଆ ହେଲେ ରାଜ୍ୟର ନୂଆ ପୁଲିସ ଡିଜି

ଶ୍ରୀ ଖୁରାନିଆ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି।

ଭୁବନେଶ୍ୱର: ଚର୍ଚ୍ଚାର ଅନ୍ତ ଘଟିଛି।  ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହୋଇଛନ୍ତି ଓଡ଼ିଶାର ନୂଆ ପୁଲିସ ଡିଜି। ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଖୁରାନିଆ ।

୯୯୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ୱାଇ. ବି. ଖୁରାନିଆ ଏହା ପୂର୍ବରୁ ବିଏସଏଫର ସ୍ପେଶାଲ୍ ଡିଜି ଥିଲେ। ଚାକିରି କାଳ ଆରମ୍ଭରେ ୫ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ୱାଇ. ବି. ଖୁରାନିଆ। ନୟାଗଡ଼, ଯାଜପୁର, ଗଂଜାମ, ମୟୂରଭଂଜ, ରାଉରକେଲା ଏସପି ଥିଲେ। ପଦୋନ୍ନତି ପରେ ବ୍ରହ୍ମପୁର, ସମ୍ବଲପୁରରେ ଡିଆଇଜି ଭାବରେ କାର୍ଯ୍ୟ କରିଥିଲେ।

ପରେ ସମ୍ବଲପୁର ଆଇଜି ଓ ସ୍ପେଶାଲ୍ ଆର୍ମଡ ପୋଲିସର ଆଇଜି ଭାବେ କାର୍ଯ୍ୟ ତୁଲାଇଥିଲେ ଖୁରାନିଆ। ଭୁବନେଶ୍ବର-କଟକ ପୋଲିସ କମିଶନର ଭାବେ ବି କାର୍ଯ୍ୟ କରିଥିଲେ। ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ବ ମଧ୍ୟ ସେ ତୁଳାଇଥିଲେ। 

ପୂର୍ବରୁ ସେ ଭିଜିଲାନ୍ସର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିଲେ। ପରେ କେନ୍ଦ୍ରକୁ ଯାଇ ବିଏସଏଫର ସ୍ପେଶାଲ ଡିଜି ହୋଇଥିଲେ। ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଖୁରାନିଆ ।

ଅଗଷ୍ଟ ୨ ତାରିଖରେ କ୍ୟାବିନେଟ୍ କମିଟି ଶ୍ରୀ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଆଣିଥିଲା।  କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିଲା।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.