ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ବ୍ୟାଡମିଂଟନ୍ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବେ ସୋଆ ଛାତ୍ର

ଭୁବନେଶ୍ୱର, ୧୬/୦୮: ଆସନ୍ତା ଅଗଷ୍ଟ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ପେକାନ୍‌ବାରୁ ସିଟି ସହରରେ ଆୟୋଜିତ ହେବାକୁ ଥିବା ଇନ୍‌ଟରନ୍ୟାସ୍‌ନାଲ୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଭାଗ ନେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଇଞ୍ଜିନିୟରିଂ ଛାତ୍ର ଅମ୍ରିତ୍ ମହାନ୍ତି ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନ୍‌ସ ଇଞ୍ଜିନିୟରିଂ ବିଭାଗର ୪ର୍ଥ ବର୍ଷର ଛାତ୍ର ଅମ୍ରିତ୍ ଏହି ପ୍ରତିଯୋଗିତାର ପୁରୁଷ ଡବଲ୍ସରେ ଭାଗ ନେବେ । ପ୍ରଥମ ଥର ପାଇଁ ଏହି ଖେଳାଳୀ ଜଣଙ୍କ ଆନ୍ତର୍ଜାତିକ ସ୍ତରରେ ନିଜର କ୍ରୀଡ଼ା ପ୍ରଦର୍ଶନ କରିବେ ।

ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଇଣ୍ଡୋନେସିଆ ଯାତ୍ରା କରିବା ପୂର୍ବରୁ ଅମ୍ରିତ୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ତାଙ୍କର ଅଶୀର୍ବାଦ ନେଇଥିଲେ । ପ୍ରଫେସର ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତମ ପ୍ରଦର୍ଶନ କାମନା କରିଥିଲେ । ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ ।

ଅମ୍ରିତ ୨୦୧୯ରେ ରାଜ୍ୟ ଅଣ୍ଡର-୧୯ ବାଳକ ସିଙ୍ଗଲ୍ସରେ ରନର୍ସ ଅପ୍ ରହିଥିବା ବେଳେ ୨୦୧୯ ରାଜ୍ୟ ବ୍ୟାଡମିଂଟନ୍ ଚାମ୍ପିଅନ୍‌ସିପ୍‌ରେ ଅଣ୍ଡର-୧୭ ବାଳକ ବିଭାଗରେ ମଧ୍ୟ ରନର୍ସ ଅପ୍ ହୋଇଥିଲେ ।

ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଂଟରେ ତାଙ୍କର ପାର୍ଟନର ରହିବେ ଅଭିଜିତ ମହାରଣା ।

Leave A Reply

Your email address will not be published.