ମାଲକାନଗିରି ୟୁନିୟନ ଅଫ ଜର୍ଣାଲିଷ୍ଟସ ଅଫିସରେ ସ୍ବାଧୀନତା ଦିବସ ପାଳନ

ମାଲକାନଗିରି: ମାଲକାନଗିରି ୟୁନିୟନ ଅଫ ଜର୍ଣାଲିଷ୍ଟସ (ଏମୟୁଜେ ) ତରଫରୁ,ଏମୟୁଜେ, କାର୍ଯ୍ୟାଳୟରେ, ମହାସମାରୋହରେ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଲକାନଗିରି ଉପ ଜିଲ୍ଲାପାଳ ଶ୍ରୀ ଦୁର୍ଯୋଧନ ଭୋଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ଥିବା ( ଏମୟୁଜେ )ର ସମସ୍ତ ସାମ୍ବାଦିକ ଭାଇ ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ସମାରୋହରେ ଏମୟୁଜେର ସଭାପତି ଶ୍ରୀ ଦେବ ପ୍ରସାଦ ଦାଶଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟ ସର୍ବଶ୍ରୀ ଜିତେନ୍ଦ୍ର ବେଉରା, ଶିବ ପ୍ରସାଦ କୀର୍ତ୍ତନିୟା, ଦେବବ୍ରତ ସାନା, ଅସିମ ବିଶ୍ବାସ,ଏ ଈଶ୍ୱର ରାଓ, କାମରାଜ ଜେନା, ଶଙ୍କର ପାଲ, ଚକ୍ରଧର ପଟ୍ଟନାୟକ, କୃଷ୍ଣ ରାୟ,ବିକ୍ରମ କେଶରୀ ପାଢ଼ୀ, ରେବେଲ ପ୍ରକାଶ, ସନ୍ତୋଷ ନାୟକ, ଆବ୍ରାହାମ ସେନାପତି ଏବଂ ମନୋରଞ୍ଜନ ନେତାମ ଉପସ୍ଥିତ ରହି ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ। ଏହାପରେ ଏହି ପବିତ୍ର ଦିବସ ଏବଂ ଶୁଭ ଅବସରରେ, ସମସ୍ତ ସାମ୍ବାଦିକ ଭାଇମାନେ ସର୍ବଦା ଦଳ ମତ ନିର୍ବିଶେଷରେ ସର୍ବଦା ସଚ୍ଚୋଟ ରହିବା ସଙ୍ଗେ ସଙ୍ଗେ, ନିର୍ଭୀକତା, ନିରପେକ୍ଷତା, ସାଲିସ ବିହୀନ ,ସତ୍ୟତା, ଅବଳମ୍ବନ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଦେଶ ଏବଂ ବିଶେଷ କରି ଓଡ଼ିଶୀର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସରକାରଙ୍କ ନିକଟକୁ ପହଞ୍ଚାଇବା ସହିତ, ସେମାନଙ୍କ ଉନ୍ନତି ପାଇଁ ନିରବଚ୍ଛିନ୍ନ ଭାବରେ କାମ କରିବେ ବୋଲି ମଧ୍ୟ ଶପଥ ଗ୍ରହଣ କରିଥିଲେ।

Leave A Reply

Your email address will not be published.