ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ କଥା ଗୁଜବ, ସୁରୁଖୁରରେ ହେଲା ପରୀକ୍ଷା: ଜିଲ୍ଲା ଶିକ୍ଷା ଅଧିକାରୀ

ମାଲକାନଗିରି, ୧୭।୮: ମାଲକାନଗିରି ଜିଲ୍ଲାରେ ଆଜି ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ଲିକ ହେବା ନେଇ ଏକ ଖବର ଭାଇରାଲ ହୋଇଥିଲା । ତେବେ ଏହା ଏକ ମିଥ୍ୟା ଓ ଗୁଜବ ବୋଲି ପ୍ରକାଶ କରିବା ସହ ଏହାକୁ ଖଣ୍ଡନ କରିଛନ୍ତି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ । ସୂଚନା ଅନୁଯାୟୀ ଜିଲ୍ଲାର ୬ଟି ପରୀକ୍ଷା କେନ୍ଦ୍ରରେ ଆଜି ଓଟିଇଟି ପରିକ୍ଷା ହେଉଥିବା ବେଳେ ପ୍ରଥମ ପେପର ଲାଗି ଦୁଇଟି ପରିକ୍ଷା କେନ୍ଦ୍ରରେ ୪୧୧ ଜଣ ଓ ଦ୍ବିତୀୟ ପେପର ଲାଗି ୬ଟି ପରୀକ୍ଷା କେନ୍ଦ୍ରରେ ୧୫୦୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ଲାଗି ବୋଡ ତରଫରୁ ସ୍ବତନ୍ତ୍ର ସ୍କାଡ ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତରଫରୁ ବିଡିଓ ଏବଂ ତହସିଲଦାର ମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଥିଲା । ଏହା ସହ ଡିଜି ଲକରରେ ପ୍ରଶ୍ନପତ୍ର ଆସିଥିବା ବେଳେ ପରୀକ୍ଷା ମାତ୍ର ଏକ ଘଣ୍ଟା ପୁର୍ବରୁ ବୋଡ ଏହାର ପାଶୱାଡ ପ୍ରଦାନ କରିଥିଲା । ତେଣୁ ପଶ୍ନ ପତ୍ର ଲିକ ହେବା କଥା ସମ୍ପୂର୍ଣ ଭୁଲ ସୁଚନା ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ ପ୍ରକାଶ କରିବା ସହ ପରୀକ୍ଷା ମଧ୍ୟ ନିୟମ ଅନୁଯାୟୀ ସୁରୁଖୁରରେ ହୋଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.