କୋଲକତା ଟ୍ରେନି ମହିଳା ଡାକ୍ତର ରେପ୍ ମର୍ଡର ଘଟଣାର ପ୍ରତିବାଦରେ ମାଲକାନଗିରି ଡାକ୍ତରଙ୍କ କଳା ବ୍ୟାଜ ପିନ୍ଧି ଆନ୍ଦୋଳନ
ମାଲକାନଗିରି: ପଶ୍ଚିମବଙ୍ଗରେ ଆରଜିକର ମେଡିକାଲ କଲେଜ ଓ ମହିଳା ଟ୍ରେନି ଡାକ୍ତରଙ୍କ ରେପ୍ ମର୍ଡର ଘଟଣାର ପ୍ରତିବାଦ କରି ଆନ୍ଦୋଳନକୁ ଓଲ୍ହାଇବା ପାଇଁ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନର ଆହ୍ବାନରେ ସାରା ଦେଶରେ ଆନ୍ଦୋଳନ କରିବା ପାଇଁ ନିର୍ଦ୍ଦେଶ ପାଇ ମାଲକାନଗିରି ଜିଲ୍ଲାର ସମସ୍ତ ଡାକ୍ତର କଳା ବ୍ୟାଜ ପରିଧାନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ମୃତ ଡାକ୍ତରୀ ଛାତ୍ରୀ ଘଟଣାର ସିବିଆଇ ତଦନ୍ତ କରି ଦୋଷୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜଣାଇ ଆନ୍ଦୋଳନ କରିଥିଲେ। ଜରୁରୀକାଳୀନ ରୋଗୀ ସେବା ଜାରି ରହିବା ସହିତ ଆନ୍ଦୋଳନ ଜାରି ରହିବ ବୋଲି ମାଲକାନଗିରି ଜିଲ୍ଲା ଶାଖା ଓମସା ପକ୍ଷରୁ କୁହାଯାଇଛି ।