ଅଗଷ୍ଟ ୨୧ ଭାରତ ବନ୍ଦକୁ ସମର୍ଥନ କରିବ ଜିଲ୍ଲା ଏସ.ସି/ଏସ.ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ୨୧ ଅଗଷ୍ଟରେ ହେବାକୁ ଥିବା ଭାରତ ବନ୍ଦଜୁ ସଫଳ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆଗେଇ ଆସିଛି। ଏ ସମ୍ପର୍କରେ ଆଜି ହୋଟେଲ ସ୍ୱାଗତରେ ସଭାପତି ଜାରା ଶବର ମାଡିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତା- ୦୧/୦୮/୨୦୨୪ ରିଖ ଦିନ ସର୍ବୋଚ୍ଚ ନ୍ୟାୟାଳୟ ଆରକ୍ଷଣ ଭିତରେ ଆରକ୍ଷଣ ଓ ବର୍ଗିକରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁସୁଚିତ ଜାତି/ଜନଜାତି ସଂରକ୍ଷଣ ଉପରେ ବର୍ଗିକରଣ ଏବଂ କ୍ରିମିଲେୟାରକୁ କେବଳ ପାର୍ଲାମେଣ୍ଟ ଓ ରାଷ୍ଟ୍ରପତିଙ୍କ ଅଧିକାର ଅଛି। ଏହାଦ୍ୱାରା ମୂଳ ସମ୍ବିଧାନର ଜନକ ଡ଼ଃ, ବାବାସାହେବ ଆମ୍ବେଦକରଙ୍କୁ ଅସମ୍ମାନ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ଦୁର୍ବଳ କରିବା ଓ ଭାଇଚାରାକୁ ନଷ୍ଟ କରିବାର ଷଡଯନ୍ତ୍ର ବୋଲି ମିଳିତ କ୍ରିୟାନୁଷ୍ଠାନ ଅଭିଯୋଗ କରିଛି। ଏହାକୁ ବିରୋଧ କରି ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ୨୧ ଅଗଷ୍ଟ ଭାରତ ବନ୍ଦକୁ ସଫଳ କରିବାକୁ ମାଲକାନଗିରି ଜିଲ୍ଲା ବାସୀଙ୍କୁ ନିବେଦନ କରିଛନ୍ତି। ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ ସମେତ ଯାନବାହାନ ବି ଚଳାଚଳ ବନ୍ଦ କରି ସକାଳ ଛଅରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦକରି ସଫଳ କରିବାକୁ ମିଲିତ କ୍ରିୟାନୁଷ୍ଠାନ କମିଟି ନିବେଦନ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ ସଭା ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ସଂଯୋଜକ ଡମ୍ବରୁ ବାଘ, ସାଧାରଣ ସମ୍ପାଦକ ହରି ଗୋଲରୀ, ଉପଦେଷ୍ଟା ଘନଶ୍ୟାମ ମାଡକାମୀ ଓ ଲକ୍ଷ୍ମଣ ଘରାମି, ଉପ ସଭାପତି ଘେନୁ ମୁଦୁଲି, ସହ ସମ୍ପାଦକ କୁମାର ଜାଲିଆ, ଲଳିତ ମାଡକାମୀ ସନାତନ କବାସୀ, ଶିଶିର ମଣ୍ଡଳ ଓ ପ୍ରଦୀପ ସିରିକା ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.