କଟକ ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

କଟକ, ୧୯/୦୮: କଟକ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଜିଲ୍ଲା ମୁଖ୍ୟ କମିଶନର ଡକ୍ଟର ସନ୍ତୋଷ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା। କଟକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଗାଇଡ୍ସମାନେ ଯୋଗଦେଇଥିଲେ। କଟକ ଜିଲ୍ଲା ସଂଗଠନ କମିଶନର (ଗାଇଡ୍ସ) ସୌଦାମିନୀ ଖାଡ଼ଙ୍ଗା ଏବଂ ସ୍କାଉଟ୍ସ ମାଷ୍ଟର ମାନସ ରଞ୍ଜନ ପରିଡାଙ୍କ ତତ୍ତ୍ବାବଧାନରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ବିଚାରପତି ନ୍ୟାୟମୂର୍ତ୍ତୀ ଚକ୍ରଧାରୀ ଶରଣ ସିଂ, ମହାନଗର ନିଗମର ମେୟର ସୁବାସ ସିଂ, କଟକ-ବାରବାଟୀର ମାନ୍ୟବର ବିଧାୟିକା ସୋଫିଆ ଫିର୍ଦ୍ଦୋସ, ନ୍ୟାୟମୂର୍ତ୍ତୀ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରାଜ୍ୟ ଉପସଭାପତି ମନୋରଞ୍ଜନ ମହାନ୍ତି, କଟକ ଜିଲ୍ଲାପାଳ ତଥା ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସର ସଭାପତି ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏବଂ ବହୁ ମାନ୍ଯଗଣ୍ଯ ବ୍ଯକ୍ତିଙ୍କୁ ଭେଟି ରକ୍ଷାବନ୍ଧନ କରାଯାଇଥିଲା।

Leave A Reply

Your email address will not be published.