ଚିକିତ୍ସା ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତେଜନା, ପରିବାର ଏବଂ ଗ୍ରାମବାସୀ ବିଦ୍ୟାଳୟ ଘେରାଉ

୨୪ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ- ଜିଲ୍ଲା ମଙ୍ଗଳ ଅଧିକାରୀ

ମାଲକାନଗିରି, ୧୯।୮: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମ ପଂଚାୟତ ଧରମପାଲ୍ଲୀ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଙ୍କ ମୃତଦେହକୁ ରଖି ଘେରାଉ କରିଥିଲୋ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଉତ୍ୟକ୍ତ ଲୋକଙ୍କୁ ଦେଖି ବିଦ୍ୟାଳୟର ଗେଟ୍ ତାଲା ପକାଇ ନିଜ କାର୍ଯ୍ୟାଳୟରେ ଦୀର୍ଘ ଘଂଟା ଧରି ରହିଥିଲୋ ଖବର ପାଇ ପଡିଆ ପୋଲିସ, ପଡିଆ ବ୍ଲକ ବିଡିଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ମାଲକାନଗିରି ତହସିଲଦାର ଘଟଣା ସ୍ଥଳରେ ପହଂଚି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିବା ସହ ଘଟଣା ସମ୍ବନ୍ଧରେ ପ୍ରାରମ୍ଭିକ ତଦନ୍ତ କରିଥିଲେ ତଥ୍ୟ ଅନୁଯାୟୀ ନନ୍ଦିଗୁଡା ଗ୍ରାମର ଇଙ୍ଗା ମାଡିଙ୍କ ୧୨ ବର୍ଷର ପୂତ୍ର ସୁକା ମାଡି ଧରମପାଲ୍ଲୀ ଆଶ୍ରମ ଆବାସିକ ବିଦ୍ୟାଳୟରେ ପଂଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲୋ ଗତ ୦୧ ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହେବା ସହ ଗୋଡ ଫୁଲି ଯିବାରୁ ଧରମପାଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଚିକିତ୍ସା କରା ଯାଇଥିଲ।। ତିନିଦିନ ପରେ ପୁନର୍ୱାର ଡାକ୍ତରଖାନାକୁ ଆଣିବା ପାଇଁ ବିଦ୍ୟାଳୟ କର୍ତୁପକ୍ଷଙ୍କୁ ଡାକ୍ତର ପରାମର୍ଶ ଦେଇଥିଲୋ କିନ୍ତୁ ତିନିଦିନ ମଧ୍ୟରେ ଜ୍ୱର ଓ ଗୋଡ ଫୁଲ ଭଲ ହୋଇ ନଥିବା ବେଳେ ପୁନର୍ୱାର ଡାକ୍ତରଖାନାକୁ ନିଆ ଯାଇନଥିଲ।। ଏ ଖବର ପାଇ ଛାତ୍ରଙ୍କ ପିତା ଇଙ୍ଗା ବିଦ୍ୟାଳୟକୁ ଆସି ପୁଅକୁ ଘରକୁ ନେଇ ଚିକିତ୍ସା କରିବେ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିବେଦନ କରିଥିଲୋ ପ୍ରଧାନ ଶିକ୍ଷୟିତ୍ରୀ ସମ୍ପୃକ୍ତ ଛାତ୍ରଙ୍କୁ ବିଦ୍ୟାଳୟରୁ ଛାଡି ନଥିଲୋ ଏହିପରି ଚାରିଥର ଇଙ୍ଗା ଶିକ୍ଷୟିତ୍ରୀଙ୍କୁ ପୁଅକୁ ଘରକୁ ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଶିକ୍ଷୟିତ୍ରୀ ଛାଡିନଥିବା ଇଙ୍ଗା ପ୍ରକାଶ କରିଛନ୍ତିା ବିଦ୍ୟାଳୟର ଅନ୍ୟ ଛାତ୍ରମାନଙ୍କ କହିବା ଅନୁଯାୟୀ ଛାତ୍ର ସୁକା ଦେହ ଅସୁସ୍ଥ ଏବଂ ଗୋଡ ବେଶି ଫୁଲି ଯିବାରୁ ସେ କ୍ଲାସ କରି ନପାରି ଖଟିଆରେ ଶୋଇ ରହୁଥିଲୋ ଗତକାଲି ଗୋଡ ଫୁଲା ଓ ଭିଷଣ ଅସୁସ୍ଥ କାରଣରୁ ସୁକା ବିଦ୍ୟାଳୟରୁ ସକାଳ ୮ ଘଟିକା ସମୟରେ ବାହାରି ଯାଇ ଦୁଇ କିଲୋମିଟର ଦୂରରେ ଥିବା ନିଜ ଗ୍ରାମ ନନ୍ଦିଗୁଡା ପହଂଚିବାରେ ସନ୍ଧ୍ୟା ହୋଇ ଯାଇଥିଲ।। କିନ୍ତୁ ସେ ଚାଲି ପାରୁ ନଥିବାରୁ ରାସ୍ତାରେ ବସି ବସି ଯାଉଥିବା ଅନେକ ଲୋକ ଦେଖିଥିଲୋ ଆଜି ସକାଳେ ଛାତ୍ର ସୁକାର ମୃତ୍ୟୁ ହୋଇ ଯାଇଥିଲ।। ଏହି ମୃତ୍ୟୁରେ ଗ୍ରାମବାସୀ ଓ ପରିବାର ବର୍ଗ ଉତେଜିତ ହୋଇ ଏକ ଅଟୋରେ ଶବକୁ ଧରି ବିଦ୍ୟାଳୟ ଫାଟକ ସାମନାରେ ବିକ୍ଷାବ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଥିଲୋ ତେବେ ପୋଲିସ ଓ ବିଭାଗୀୟ ଅଧିକାରୀ ତହସିଲଦାର, ଜିଲ୍ଲା ମଙ୍ଗଳ ଅଧିକାରୀ ଲୋକଙ୍କୁ ବୁଝାମଣା କଲା ପରେ ଏହାର ଏକ ଆପୋଶ ସମାଧାନ ହୋଇଥିବା ଜଣାପଡିଛିା ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ମାଲକାନଗିରି ଚିକିତ୍ସାଳୟକୁ ପଠାଇଛନ୍ତିା ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଘଟଣାର ତଦନ୍ତ କରି ୨୪ ଘଂଟା ମଧ୍ୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତିା

Leave A Reply

Your email address will not be published.