୮୨ତମ ଗୁଳିକାଣ୍ଡ ଦିବସ ପାଳିତ

ମାଲକାନଗିରି, ୨୧/୮: ପାଳିତ ହେଲା ୮୨ ତମ ଗୁଳିକାଣ୍ଡ ଦିବସ । ମାଥିଲି ଗୁଳିକାଣ୍ଡ ଦିବସରେ ସାମିଲ ହେଲେ ବିଭିନ୍ନ ବର୍ଗର ଲୋକେ । ସହିଦ ପରିବାର ଦାୟାଦ ମାନଙ୍କୁ କଲେ ସମ୍ବର୍ଦ୍ଧିତ। ଯଦି ସୂର୍ଯ୍ୟ ଚନ୍ଦ୍ର ସତ ତେବେ ସ୍ୱରାଜ ନିଶ୍ଚୟ ଆସିବ । ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଏହା ଥିଲା ସହିଦ ଲଷ୍ମଣ ନାୟକଙ୍କ ଶେଷ ଭକ୍ତି । ଇତି ମଧ୍ୟରେ ଦେଶ ସ୍ୱାଧୀନତାକୁ ପୁରିଛି ୭୭ ବର୍ଷ । ହେଲେ ଆଜି ବି ଅଭିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ବିସ୍କୃତି ବୀର ହୋଇ ରହିଛନ୍ତି ସ୍ୱାଧୀନତା ସଂଗ୍ରାମୀର ଅନ୍ୟତମ ଯୋଦ୍ଧା ସହିଦ ଲଷ୍ମଣ ନାୟକ । ଭାରତ ଛାଡ଼ ଆନ୍ଦୋଳନ ପରିପ୍ରେକ୍ଷ ରେ ଅଗଷ୍ଟ ୨୧ ଓଡିଶା ପାଇଁ ଥିଲା ଐତିହାସିକ ଦିବସ । ଏହି ଦିନ ମାଥିଲି ଥାନା ଘେରାଉ କରିଥିଲେ ଏବଂ ଭାରତ ଛାଡି ଯିବାକୁ ଆହ୍ୱାନ ଦେଇଥିଲେ ସ୍ୱାଧୀନତା ସଂଗ୍ରାମୀ ।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ନିଡାମ୍ବର ଭାବର ପାଳିତ ହେଲା ମାଥିଲି ଗୁଳିକାଣ୍ଡ ଦିବସ । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଥିଲି ଥାନା ଅଧିକାରୀ ଦେବଦତ ମଲିକ, ବିଡ଼ିଓ ହିମାଞ୍ଚଳ ମାଝୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ସହିଦଙ୍କ ଶ୍ରୁତି ଚାରଣ କରିଥିଲେ ସମସ୍ତେ । ସମସ୍ତ ପ୍ରଶାସନିକ ସ୍ଥରରେ, ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପ୍ରଥମେ ପୁରୁଣା ସହିଦ ଲଷ୍ମମ ନାୟକ ଭବନରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରି ଦେଶର ସ୍ୱାଧୀନ ପାଇଁ ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇ ଦେଶ ପାଇଁ ସହିଦ ହୋଇଥିବା ବୀର ସନ୍ତାନ ମାନଙ୍କ ସ୍କୃତିଚାରଣ କରାଯିବା ପାଇଁ ପୁରୁଣା ସହିଦ ଭବନରେ ମସଲା ପ୍ରଜ୍ଜ୍ଵଳନ କରାଯାଇ ସଭା ଯାତ୍ରା ବାହାରି ଥିଲେ । ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବା ବେଳେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସାମିଲ ହୋଇଥିଲେ । ସହିଦଙ୍କ ସ୍ଲୋଗାନରେ କମ୍ପି ଉଠିଥିଲା ପୂରା ମାଥିଲି ସହର । ହାତରେ ମସାଲ ଧରି ସଭା ଯାତ୍ରା ଆରମ୍ଭ କରିଥିଲେ ସମସ୍ତେ । ପରେ ସମସ୍ତେ ପହଞ୍ଚି ଥିଲେ ମାଥିଲି ଥାନା ପରିସରରେ ଥିବା ସହିଦ ନିକଟରେ । ସହିଦ ସ୍ତମ୍ଭରେ ପୁଷ୍ପମାଲ ଅର୍ପଣ କରାଯାଇଥିଲା ।ପରେ ନୂତନ ସହିଦ ଭବନଠାରେ ସହିଦ ମାନଙ୍କ ସ୍କୃତିଚାରଣ ଏବଂ ସହିଦ ପରିବାର ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାଥିଲି ଗୁଳିକାଣ୍ଡ ଦିବସ ସରକାରୀ ମାନ୍ୟତା ଦିଆଯାଇନଥିବା ହେତୁ କ୍ଷୋଭ ପ୍ରକାଶ କରିଛନ୍ତି ମାଲକାନଗିରି ଜିଲ୍ଲାବାସୀ ।

Leave A Reply

Your email address will not be published.