ଜିଲ୍ଲା ସଦରରେ ଗାଈ ସମସ୍ୟା ସହ ଉଠା ଦୋକାନୀ ଓ ବସଷ୍ଟାଣ୍ଡ ସମସ୍ୟାକୁ ନେଇ ଫୋର ଅଧିକାରୀଙ୍କୁ ଭେଟିଲେ ସମାଜସେବୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଦେଇ ଯାଇଥିବା ରାଜପଥରେ ମାଳ ମାଳ ଗାଈ ବୁଲୁଥିବା ବେଳେ ଜିଲ୍ଲା ସଦରର ବିଭିନ୍ନ ସ୍ଥାନରେ ରହିଥିବା ନାଳ ଗୁଡିକ ଉପରେ ଉଠା ଦୋକାନ ଖୋଲିବା ଯୋଗୁଁ ମଧ୍ୟ ଅନେକ ସମସ୍ୟା ଉପୁଜୁଛି । ଏହା ବ୍ୟତୀତ ସ୍ଥାନୀୟ ବସଷ୍ଟାଣ୍ଡର ରାସ୍ତା ସମସ୍ୟା ରହିଥିବା ବେଳେ ଏହି ସବୁ ସମସ୍ୟାକୁ ନେଇ ଆଜି ମିରର ଅଫ ମାଲକାନଗିରି ନାମକ ସମାଜସେବୀ ସଙ୍ଗଠନର ସମାଜସେବୀ ମାନେ ମାଲକାନଗିରି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରାଙ୍କ ଦ୍ଵାରସ୍ଥ ହୋଇ ଆଲୋଚନା କରିଥିଲେ l ଶ୍ରୀ ଖରା ଏହି ସମସ୍ୟା ବିଷୟରେ ଅବଗତ ହେବା ପରେ ଏହାର ସମାଧାନ ନିମନ୍ତେ ତୁରନ୍ତ ପୌର ପରିଷଦରେ ଦାୟିତ୍ବରେ ଥିବା କର୍ମଚାରୀ ଜଗନ୍ନାଥ ଖେମୁଡୁ ଏବଂ ଲିଙ୍ଗରାଜ ପାଳଙ୍କୁ ଏହି ସମସ୍ୟାର ସମଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ରାଜ ରାସ୍ତାରେ ବୁଲୁଥିବା ଗାଈ ମାନଙ୍କୁ କାବୁ କରି କାଞ୍ଜିଆ ଗୃହରେ ରଖିବା ଶ୍ରୀ ଖରା ନିର୍ଦେଶ ଦେଇଥିଲେ । ସେହିପରି ନାଳ ଓ ରାସ୍ତା ଉପରେ ବସୁଥିବା ଦୋକାନ ଗୁଡିକ ଉଠାଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଜି. ଶ୍ରୀନିବାସ ରାଓ, ଛବି ଦାସ, ରାମ କୃଷ୍ଣ ଚୌଧୁରୀ, ଭୀମ ବlର୍ଶେ, ରହିମ ଖାନ, ପି କେଶୁ ରାଓ, ଦିବାକର ପାଳ ପ୍ରମୁଖ ଉପସ୍ଥିତ ହୋଇ ପୌରପରିଷଦ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l

Leave A Reply

Your email address will not be published.