ଜିଲ୍ଲାପାଳଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ; ବିଦ୍ୟାଳୟରେ ପାଠ ପଢ଼ାଇଲେ

ମାଲକାନଗିରି: ଗତ କିଛି ଦିନ ପୂର୍ବେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଆଶିଷ ଈଶ୍ୱର ପାଟିଲ ପ୍ରଥମ ଥର କରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ସ୍ଵାସ୍ଥ୍ୟ, ଶିକ୍ଷା ଯୋଜନାର ସମୀକ୍ଷା କରିଥିଲେ। ଚିତ୍ରକୋଣ୍ଡା ବ୍ଲକ ର ଯୋଡାମ୍ବ, ଜାନବାଇରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ସହ ଏହି ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟକୁ ଗସ୍ତ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ପାଠ ପଢ଼ିବା ସମ୍ବନ୍ଧରେ ପଚାରି ବୁଝିବା ସହ ଉକ୍ତ ବିଦ୍ୟାଳୟର ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସମୀକ୍ଷା କରିବା ସହ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିକାଶ ଓ ଉନ୍ନୟନ କାର୍ଯ୍ୟ ଦୃତ ଗତିରେ ଚାଲିଛି। ରାଜ୍ୟ ସରକାରଙ୍କ ମଧ୍ୟ ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ଏକ ସ୍ବତନ୍ତ୍ର ଦୃଷ୍ଟି ରହିଛି।

Leave A Reply

Your email address will not be published.