ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତା

ମାଲକାନଗିରି, ୨୪।୮: ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର ସଭାପତି ରଜେଶ୍ୱରି ପ୍ରଧାନ ଓ ସମ୍ପାଦକ ଇ.ଭେଙ୍କଟ ରାଓଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ମାଲକାନଗିରି ନୂତନ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ବସ ଚଳାଚଳ ଉପରେ ଆଲୋଚନା କରିଥିଲେ । ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ ଲକ୍ଷ୍ମୀ ବସ ଚାଲିଥିବା ବେଳେ ନୂଆ ସରକାର ଆସିବାର କିଛି ଦିନ ପରେ ଏହି ଲକ୍ଷ୍ମୀ ଯୋଜନାର ଏସି ବସ୍ ଗୁଡିକୁ ବନ୍ଦ କରିଦିଆ ଜାଇଥିଲା । କିନ୍ତୁ ପୁଣି ଦୁଇଦିନ ପୂର୍ବରୁ ସରକାରଙ୍କ ଲକ୍ଷ୍ମୀ ଏସି ବସ ଚଳପ୍ରଚଳ କରିବା ପରେ ଘରୋଇ ବସ ଗୁଡିକୁ ଚଳାଇବାରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ତେବେ ଏହା ରାଜ୍ୟ ସରକାରଙ୍କ ଯୋଜନା, ସେଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ ପ୍ରକାଶ କରିଥିଲେ । ଏହି ସୌଜନ୍ୟ ମୂଳକ ସାକ୍ଷାତକାରରେ ଘାରୋଇ ବସ ମାଲିକ ସଂଘର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ପି.ରାଜେଶ୍ ପାତ୍ର, ସପନ ଦତ୍ତ, ସୁନିଲ ଦତ୍ତ, ରବି ଖରା, ଛବି ଦାସ, ଆଶୋକ ରାଉତଙ୍କ ସମେତ ଅନ୍ୟ ମାଲିକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.