ସାଂସଦଙ୍କ ମାଲକାନଗିରି ଜିଲ୍ଲା, ପୌର ଓ ବ୍ଲକ ପ୍ରତିନିଧି ମନୋନୀତ

ମାଲକାନଗିରି, ୨୮।୮ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ମାଲକାନଗିରି ଜିଲ୍ଲା ପ୍ରତିନିଧି ଭାବରେ ସଞ୍ଜୟ ସରକାର, ମୁନସିପାଲଟି ପାଇଁ ବିଜୟ ମହାରଣା ଓ ମାଲକାନଗିରି ବ୍ଳକ ପ୍ରତିନିଧି ପାଇଁ ପୂର୍ବତନ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ଉଙ୍ଗା ପଡିଆମିଙ୍କୁ ମନୋନୀତ କରିଛନ୍ତି । ବରିଷ୍ଠ ଭାଜପା କର୍ମୀ ସଞ୍ଜୟ ସରକାର ବର୍ତ୍ତମାନ ଜିଲ୍ଲା ବିଜେପିର କୋଷାଧ୍ୟକ୍ଷ ରହିଥିବା ବେଳେ ପୂର୍ବରୁ ସେ ଜିଲ୍ଲା ବିଜେପି ସଙ୍ଗଠନ ରେ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ଵ ତୁଲାଇଥିଲେ। ତାଙ୍କର ସାଂସଦଙ୍କ ଦ୍ଵାରା ପ୍ରଦତ୍ତ ସ୍ଵୀକୃତି ପତ୍ରକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେହିପରି ବିଜୟ କୁମାର ମହାରଣାଙ୍କୁ ମାଲକାନଗିରି ନଗର ସାଂସଦ ପ୍ରତିନିଧି ଭାବେ ପୌର ପରିଷଦ ଅଧ୍ୟକ୍ଷଙ୍କୁ ସାଂସଦଙ୍କ ସ୍ୱୀକୃତି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାବାସୀଙ୍କ ଅସୁବିଧା ବିଷୟରେ ସ୍ୱର ଉତ୍ତୋଳନ କରିବା ସହ ସରକାରୀ ପଦାଧିକାରୀଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ତ ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଶ୍ରୀ ମହାରଣା ଦଳୀୟ କର୍ମୀଙ୍କ ସହ ପୌର ଅଧିକାରୀଙ୍କ ନିକଟରେ ପହଞ୍ଚି ନିଜର ପତ୍ର ପ୍ରଦାନ କରିଛନ୍ତି । ସେହିପରି ଶ୍ରୀ ପଡିଆମୀ ମଧ୍ୟ ଦଳୀୟ କର୍ମୀଙ୍କ ସହ ବ୍ଲକ୍ ଅଧିକାରୀଙ୍କୁ ନିଜର ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.