କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟ ସଞ୍ଚାଳନ ସମିତି ବୈଠକ ଅନୁଷ୍ଟିତ

ମାଲକାନଗିରି: ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ବିଦ୍ୟାଳୟ ସଂଚାଳନ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଦ୍ୟାଳୟର ୧୨ ଜଣ ସଦସ୍ୟଙ୍କୁ ନେଇ ହୋଇଥିଲା l ବିଦ୍ୟାଳୟର ଅଧ୍ୟକ୍ଷ ଡ଼ କୈଳାଶ ମୀନା ବିଦ୍ୟାଳୟର ସଫଳତା ଏବଂ ବିଭିନ୍ନ ସମସ୍ୟା ଗୁଡିକ ଏହି ବୈଠକରେ ଉପସ୍ଥାପନା କରିଥିଲେ l ବିଦ୍ୟାଳୟର ଉନ୍ନତି ପାଇଁ ଜିଲ୍ଲlପାଳ ଶ୍ରୀ ପାଟିଲ ଏବଂ ଅନ୍ୟ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ଲାଭ କରିବେ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ କିପରି ସହଯୋଗ କରିପାରିବେ ସେ ଉପରେ ଜିଲ୍ଲାପାଳ ବିଶେଷ ଭାବରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକ ମୂଳକ ସହଯୋଗ ପାଇଁ କହିଥିଲେ l ଏହି ବୈଠକରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ ରଞ୍ଜନ କୁମାର ସ୍ୱାଇଁ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ଜେନା, ଟି ପି ଏସ ଓ ଡି ଏଲ ର ଏଗଜିକ୍ୟୁଟିଭ ଇଞ୍ଜିନିଅର ଶ୍ରୀ ଆଶିଷ ଜେନା, ଡା ସାଗର ବାଲା, ଅଭିଭାବକ ଶ୍ରୀ ମାନିକଲାଲ ଚକ୍ରବର୍ତ୍ତୀ, ଅଭିଭାବକ ଶ୍ରୀମତୀ କ୍ରିଷ୍ଣା ମିର୍ଧା ଏବଂ ଶ୍ରୀ ଅରବିନ୍ଦ କୁମାର ସେଠ୍ ଉପସ୍ଥିତ ଥିଲେ l ଅଧ୍ୟାପକ ଶ୍ରୀ ଅମିତ ଦାସ ଏହି ବୈଠକକୁ ପରିଚାଳନା କରିଥିଲେ ଏବଂ ସଭା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ l ବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଭି ଅଶୋକ କୁମାର ଏବଂ ଆଦିତ୍ୟ ରାୟ , ଅଧ୍ୟାପିକା ଶ୍ରୀମତୀ ଆଶ୍ରିତା ପଣ୍ଡା ଏବଂ ସୁଶ୍ରୀ କବିତା ଭାରତୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Leave A Reply

Your email address will not be published.