ମାଲକାନଗିରି, ୩୧/୮: ମାଲକାନଗିରି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଶାଖା ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ଜିଲ୍ଲା ସଭାପତି ନୀଳମଣି ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହିନ୍ଦୁ ପରିଷଦର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଫୁଲ ପଣ୍ଡା, ମୁଖ୍ୟଵକ୍ତା ଭବେ ରବିନ୍ଦ୍ର କୁମାର ମହାରଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଗଠନ ମନ୍ତ୍ରୀ ଶିବପ୍ରଶାଦ ମିର୍ଦ୍ଦା, ଭାଗିରଥୀ ଦଳେଇ ଯୋଗଦେଇ ସ୍ୱାମୀ ଲକ୍ଷ୍ମଣନନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ହିନ୍ଦୁତ୍ବ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମକ ତାକୁ ବଞ୍ଚାଇ ରଖିବା, ହିନ୍ଦୁ ସମାଜକୁ ସୁଦୃଢ କରିବା, ଦେଶ ବିଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଧର୍ମାନ୍ତୀକରଣକୁ ରୋକିବା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସାନୁ କୋଡେ ଓ ସରୋଜ ଦଳେଇଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ପାଢ଼ୀଙ୍କ ଶାନ୍ତି ପାଠ ପରେ ହନୁମାନ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ କରି ବିଶ୍ୱ ଶାନ୍ତିର କାମନା କରାଯାଇଥିଲା । ଶେଷରେ ପରିଷଦର ସମ୍ପାଦକ ଵାଲା ରାଜୁ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଲ୍ୟବନ୍ତଗିରି ଶାଖାର ଶତାଧିକ ବିଶ୍ୱ ହିନ୍ଦୁ ପରିଷଦ କର୍ମକର୍ତା ମାନେ ଯୋଗ ଦେଇଥିଲେ।
