ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ମହିଳା ଓ ପୁରୁଷ ବର୍ଗରେ ଭାରଉତ୍ତୋଳନ ଚମ୍ପିୟାନସିପ୍ ପ୍ରତିଯୋଗିତା

ମାଲକାନଗିରି, ୨/୯: ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ମହିଳା ଓ ପୁରୁଷ ବର୍ଗରେ ଭାରଉତ୍ତୋଳନ ଚମ୍ପିୟାନସିପ୍ ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୬୬ ଜଣ ପ୍ରତିଯୋଗୀ ଭାଗ ନେଇ ଥିବାବେଳେ ସେମାନଙ୍କ ମଧ୍ୟରୁ ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା ୧୦ ଅଛି l ଏହା ପ୍ରାୟ ୧୫ ପ୍ରତିଶତ ହୋଇଥିବାରୁ ଜିଲ୍ଲାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ରହିଛି ବୋଲି ପ୍ରତିଯୋଗିତା ପରିଚାଳକ ସିଦ୍ଧାର୍ଥ ବେହେରା କହିଛନ୍ତି l ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୨ଟି ସରକାରୀ ଓ ୯ଟି ବ୍ୟକ୍ତିଗତ ଭାରଉତ୍ତୋଳନ କେନ୍ଦ୍ର ରହିଥିବା ଜଣାପଡିଛି l ମହିଳାଙ୍କ ବର୍ଗରେ ୫୫ କେଜିରୁ କମ୍ ଥିଲେ ୪ଜଣ, ୫୫ରୁ ୬୫ କେଜି ଥିଲେ ୨ଜଣ ଓ ୬୫ କେଜୀରୁ ଅଧିକ ଥିଲେ ୪ଜଣ ପ୍ରତିଯୋଗୀ ମୋଟ ୧୦ ଜଣ ଭାଗ ନେଇଥିଲେ l ସେପରି ପୁରୁଷଙ୍କ ବର୍ଗରେ ୬୦ କେଜିରୁ କମ୍ ୧୩ ଜଣ, ୬୦ରୁ ୭୦ କେଜି ୧୨ଜଣ, ୬୦ରୁ ୮୦ କେଜି ମଧ୍ୟରେ ୧୧, ୮୦ରୁ ୯୦ କେଜି ୭ ଜଣ ଓ ୯୦ କେଜିରୁ ଅଧିକ ୫ ପ୍ରତିଯୋଗୀ ଭାଗ ନେଇଥିଲେ l ଏପରିକି ୫୦ ବର୍ଷରୁ ଅଧିକ ମାଷ୍ଟର ୨ ବିଭାଗର ୨ ଜଣ କେ ଶ୍ରୀନିବାସ ଦୋରା, ଗଣେଶ ରାଉତ ପ୍ରତିଯୋଗୀ ଓ ନିଜର ଫିଟନେସ ମନ୍ତ୍ର ଏହି କମ୍ପିଟିସନରେ ଭାଗ ନେଇ ସାଧାରଣ ଜନତାଙ୍କୁ ଉତ୍ସାହିତ କରିଥିଲେ l ମହିଳାମାନଙ୍କ ପ୍ରଥମ କାଟାଗୋରିରେ ମନିଷା ମହାନ୍ତି, ଦ୍ଵିତୀୟ କାଟାଗୋରିରେ ସିପ୍ରା ବିଶ୍ୱାସ, ଓ ତୃତୀୟ କାଟାଗୋରିରେ ଉଷା ଶର୍ମା ପ୍ରଥମ ହୋଇଛନ୍ତି । ସେହିପରି ପୁରୁଷମାନଙ୍କ ପ୍ରଥମ କାଟାଗୋରିରେ କୁର୍ବାନ ଅଲି ସର୍ଦ୍ଦାର, ଦ୍ୱିତୀୟ କାଟାଗୋରିରେ ଅମୂଲ୍ୟ ପ୍ରିୟଦର୍ଶିନୀ କ୍ଷେତ୍ରୀୟ, ତୃତୀୟ କାଟାଗୋରିରେ ବିଜେନ୍ଦ୍ର ବିହାରୀ ବାଘ, ଚତୁର୍ଥ କାଟାଗୋରିରେ ଶେଖ୍ ଅବତାବ ଓ ପଞ୍ଚମ କାଟାଗୋରିରେ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରି କୃତି ହାସଲ କରିଥିଲେ l
ଏହି ଜିଲ୍ଲାସ୍ତରୀୟ ଭାରତ୍ତୋଳନ ଚାମ୍ପିଅନସିପ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି, ଭାରତୀୟ କ୍ରିକେଟ ଟିମ୍ ମ୍ୟାନେଜର ଶ୍ରୀ ସତବିର ସିଂହ ରିଆଆର, ଏମ ୟୁ ଯେ ସଭାପତି ଦେବ ପ୍ରସାଦ ଦାସ, ଜିଲ୍ଲା ବଣିକ ସଂଘ ସଭାପତି ସୁରେଶ ସୋମାନି, କୋରାପୁଟ ପାୱାର ଲିଫିଟିଂ (ନେସନାଲ ଚମ୍ପିୟାନ) ସତ୍ୟ ପାଣି, ଏସିଆନ ବେଞ୍ଚ ପ୍ରେସ ଗୋଲ୍ଡ ମେଡାଲିଷ୍ଟ ବୈବ କୁମାର ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ସଂସ୍ଥାର ପରିଚାଳକ ସିଦ୍ଧାର୍ଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.