xmas

ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ

ମାଲକାନଗିରି: ଆଜି ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ପରିଦର୍ଶନ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଡ଼ କୈଳାଶ ମୀନା ଶ୍ରୀ ମାଝୀଙ୍କ ସ୍ୱାଗତ କରିଥିଲେ l ବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ଗାର୍ଡ ଅଫ ଅନର ଦେଇ ପାଛୋଟି ନେଇଥିଲେ l ସାଂସଦ ଶ୍ରୀ ମାଝୀ ବିଦ୍ୟାଳୟ ବୁଲି ବିଭିନ୍ନ ସୁବିଧା ଅସୁବିଧା କଥା ବୁଝିଥିଲେ ଏବଂ ବିଦ୍ୟାଳୟର ସମସ୍ୟା ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ବିଦ୍ୟାଳୟର ସଂଚାଳନ ସମିତିର ସଦସ୍ୟ ମାନେ ଯଥା ଶ୍ରୀ ମାଣିକଲାଲ ଚକ୍ରବର୍ତ୍ତୀ ଏବଂ ଡ଼ ରଞ୍ଜନ କୁମାର ସ୍ୱାଇଁ ସାଂସଦଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ l

Leave A Reply

Your email address will not be published.