xmas

ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ସଂଶୋଧନ ନିମନ୍ତେ ପ୍ରବଳ ଭିଡ଼, କେନ୍ଦ୍ର ବନ୍ଦ ଥିବାରୁ ନିରାଶ ହୋଇ ଫେରିଲେ ଶତାଧିକ ଆଦିବାସୀ ମହିଳା

ମାଲକାନଗିରି, ୪/୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ସଂଶୋଧନ ନିମନ୍ତେ ବିଭିନ୍ନ ପୋଷ୍ଟ ଅଫିସ, ଆଧାର କେନ୍ଦ୍ର ଗୁଡିକରେ ପ୍ରବଳ ଭିଡ଼ ଲାଗିରହୁଛି, ବିଭିନ୍ନ ଦୂର ଦୁରାନ୍ତ ଗ୍ରାମରୁ ଆଦିବାସୀ ମହିଳା ମାନେ ନିଜ ନିଜ ଆଧାର କାର୍ଡ ସଂଶୋଧନ କରିବାକୁ ଆସି ଘଣ୍ଟା ଘଣ୍ଟା ଧାଡି ରେ ଠିଆ ହୋଇ ସଂଶୋଧନ କରି ନପାରି ହଇରାଣ ହେଉଛନ୍ତି। ମାଲକାନଗିରି ସଦର ବ୍ଲକ ରେ ଥିବା ଆଧାର କେନ୍ଦ୍ରରେ ପ୍ରତିଦିନ ସହ ସହ ମହିଳାଙ୍କ ଭିଡ଼ ଲାଗିଛି, ଆଜି ଉକ୍ତ କେନ୍ଦ୍ର ଟି କୌଣସି କାରଣ ଯୋଗୁଁ ବନ୍ଦ ଥିବାରୁ ସହ ସହ ମହିଳା ନିରାଶ ହୋଇ ଫେରିଥିଲେ, ବିଶେଷ କରି ମାଲକାନଗିରି ବ୍ଲକ ଉଡୁପା ପଞ୍ଚାୟତ ର ଶତାଧିକ ମହିଳା ଆଜି ସକାଳୁ ଉକ୍ତ ଆଧାର କେନ୍ଦ୍ର ରେ ଠିଆ ହୋଇ ହୋଇ ନିରାଶ ହୋଇ ଘରକୁ ଫେରି ଥିଲେ, କାହାର ବାପା, ସ୍ୱାମୀ, ନା ଭୁଲ ରହିଛି ତ ଆଉ କାହାର ଜନ୍ମ ତାରିଖ ମୋବାଇଲ ନମ୍ବର ଭୁଲ ରହିଛି, ପୂର୍ବ ରୁ ସେମାନେ ଆଧାର କେନ୍ଦ୍ର ରେ ନିଜ ନିଜର ସଠିକ ବିବରଣୀ ତଥ୍ୟ ଦେଇ ଥିବା ବେଳେ,ଆଧାର କର୍ମ ଚାରି ମାନେ ଭୁଲ ତଥ୍ୟ ଲେଖି ଆଧାର କାର୍ଡ କରିଛନ୍ତି, ସେଥିପାଇଁ ନିରୀହ ଗରିବ ଆଦିବାସୀ ଲୋକ ମାନେ ଅଯଥାରେ ଖର୍ଚ୍ଚାନ୍ତ ହେବା ସହିତ କେନ୍ଦ୍ରକୁ ଦୁଇରୁ ତିନି ଦିନ ଲେଖା ଆସିଲେ ମଧ୍ୟ କିଛି କାମ ହେଉନଥିବାର ଅଭିଯୋଗ କରିଛନ୍ତି, ପ୍ରତି ପଞ୍ଚାୟତ ରେ ଆଧାର କେନ୍ଦ୍ର ଖୋଲି ମାଗଣା କିମ୍ବା ରିହାତି ମୂଲ୍ୟ ରେ ଗରିବ ଆଦିବାସୀ ଙ୍କ ଆଧାର କାର୍ଡ କରିବା ପାଇଁ ଦାବି ହେଉଛି. ପାସ ବୁକ ସହିତ ଆଧାର, ଫୋନ ନମ୍ବର ସଂଯୋଗୀ କରଣ କରିବା ପାଇଁ ମହିଳା ମାନେ ବାରମ୍ବାର ଆଧାର କେନ୍ଦ୍ର ବ୍ୟାଙ୍କ କୁ ଦୌଡ଼ି ଦୌଡ଼ି ହତାଶ ହୋଇଗଲେଣି,ରାତି ପାହିଲେ ପୋଷ୍ଟ ଅଫିସ, ସରକାରୀ ଓ ଘରୋଇ, ଜନସେବା କେନ୍ଦ୍ର, ଆଧାର କେନ୍ଦ୍ର ଗୁଡିକ ରେ ମହିଳା ମାନଙ୍କର ପ୍ରବଳ ଭିଡ଼ ଦେଖିବା କୁ ମିଳୁଛି।

Leave A Reply

Your email address will not be published.