xmas

ପ୍ରଥମ ଉପରାଷ୍ଟ୍ରପତିଙ୍କ ଜନ୍ମଦିବସ ଅବସରରେ ଗୁରୁଙ୍କୁ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ

ମାଲକାନଗିରି ତା୦୫/୦୯/୨୦୨୪ରିଖ: ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ସଭା ଗୃହରେ ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ବହୁ ଆଡମ୍ବର ସହ ପାଳିତ ହୋଇଛି l ଏହି ଗୁରୁଦିବସକୁ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ୱ କରିଥିବା ବେଳେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗୁରୁ ଶିଷ୍ୟ ପରମ୍ପରାର ଭୂୟସୀ ପ୍ରଶଂସା କରିଥିଲେ l ମୁଖ୍ୟବକ୍ତା ଅଶୋକ କୁମାର ଷଡ଼ଙ୍ଗୀ ଗୁରୁର ଗୁରୁ ହେଉଛନ୍ତି ଭଗବାନଙ୍କ ସ୍ୱରୂପ ବୋଲି ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଉମେଶ ଚନ୍ଦ୍ର ରାଉତ ଇଂରାଜୀ ବିଭାଗ ମୁଖ୍ୟ ଯୋଗଦାନ କରି ଛାତ୍ର ମାନେ ପାଠ ପଢା ଶେଷ ପରେ ଭକ୍ତି ପୂର୍ବକ ସମ୍ମାନ କରିବା ଉଚିତ l ତାଙ୍କରି ବକ୍ତବ୍ୟରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀମାନେ ଅଭିଭାଷଣ ପ୍ରଦାନ କରିଥିଲେ l ପୁରାତନ ଛାତ୍ର ଦିଲ୍ଲୀପ ସୋମାନି, ଜଗୁ ପଡିଆରି, ଅନୀଲ ଜୈନ,ସନ୍ତୋଷୀ ସାହା, ସୁଜିତ କୁମାର ପାଣିଗ୍ରାହୀ ମଞ୍ଚାସୀନ ଅତିଥି, ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀଙ୍କୁ ପୁଷ୍ପଗୁଛ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ଆଶୀର୍ବାଦ ଗ୍ରହଣ କରିଥିଲେ l ସଭା ପ୍ରାରମ୍ଭରେ ଦ୍ଵିତୀୟ ରାଷ୍ଟ୍ରପତିଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା l ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଶହେରୁ ଉର୍ଦ୍ଧ୍ୱ ବର୍ତ୍ତମାନ ଓ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ସେହିପରି ଶିକ୍ଷା ବିଭାଗ, ବାଣିଜ୍ୟ ବିଭାଗ,ଅର୍ଥ ଶାସ୍ତ୍ର ବିଭାଗ ସମେତ ଅନ୍ୟାନ୍ୟ ସମ୍ମାନ ବିଭାଗ ନିଜ ନିଜ ବିଭାଗରେ ଗୁରୁ ଦିବସ ପାଳନ କରିଥିଲେ l ସଭା ଶେଷରେ ପ୍ରେମରେଖା ଭତ୍ରା ଅଧ୍ୟାପିକା ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମଥର ପାଇଁ ମହାବିଦ୍ୟାଳୟରେ ପୁରାତନ ଛାତ୍ର ମାନେ ଏହିଭଳି ଗୁରୁଙ୍କୁ ସମ୍ମାନ ପ୍ରଦର୍ଶନ କରିଥିବାରୁ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି l

Leave A Reply

Your email address will not be published.