xmas

ମାଲକାନଗିରି ଘଡେ଼ଇ ଡ଼ିଗ୍ରୀ ମହାବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଦ୍ଵାରା ଆଇନ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି ତା ୦୬.୯. ୨୦୨୪ ମାନ୍ୟବର ଜିଲ୍ଲା ତଥା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଘଡେ଼ଇ ଡ଼ିଗ୍ରୀ ମହାବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ଵାରା ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ ତଥା ଆଇନସେବା ପ୍ରାଧିକରଣର ମାନ୍ୟବର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣର ପ୍ରମୁଖ ଆଇନ୍ ସେବା ପ୍ରତିରକ୍ଷା ଓକିଲ ତଥା ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧକ୍ଷ ଅଶୋକ କୁମାର ପଟ୍ଟନାୟକ, ଉପ ପ୍ରମୁଖ ଆଇନ ସେବା ପ୍ରତିରକ୍ଷା ଓକିଲ ରାଜେଶ ପଟ୍ଟନାୟକ, ସହାୟକ ଆଇନ ସେବା ପ୍ରତିରକ୍ଷା ଓକିଲ ସାଗର ପାଣିଗ୍ରାହୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମାନ୍ୟବର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ଓ ପ୍ରତିରକ୍ଷା ଓକିଲ ଗଣ ଆଇନି ସେବା ପ୍ରାଧିକରଣ ଆଇନୀ ୧୯୮୭, ପୀଡିତା କ୍ଷତିପୂରଣ ସମ୍ପର୍କିତ ନିୟମାବଳୀ, ଫୋଜଦାରି ମାମଲା ସମ୍ପର୍କିତ ବିଭିନ୍ନ ଆଇନ ବୁଝାଇବା ସହ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ପ୍ରତିରୋଧ, ପୋକ୍ସୋ ଆଇନ ସଂପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗଦାନ କରିଥିଲେ। ଶେଷରେ ଘଡେ଼ଇ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟବ୍ରତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.