xmas

ମାଲକାନଗିରି ସହରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମଧାମରେ ଗଣେଶ ପୂଜା ପାଳିତ

ମାଲକାନଗିରି,୭।୯: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମଧାମରେ ଶ୍ରୀ ବିଘ୍ନରାଜଙ୍କ ପ୍ରତିମା ପୂଜା ଅନୁଷ୍ଠିତ ହୋଇ ଯାଇଛିା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଘ୍ନରାଜଙ୍କ ପୂଜା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦ୍ଵାରା ସଂକଳ୍ପ କରିଥିଲେ।ସେହିପରି ସଦର ମହକୁମାରେ ପ୍ରାୟ ୪୦ଟି ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବିଶେଷ କରି ସୁବାଷ ବୋସ ଛକ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଛକ, ଭେଟେନାରି ସାହି, ବାଲିସାଗର ସାହି, ପୁରୁଣା ମେଡିକାଲ ଛକ, ବ୍ଲକ କଲୋନୀ ପଡିଆ, ଜୟପୁରିଆଗୁଡା, ସତ୍ୟମଗୁଡା ଓ ତଳସାହି ଇଚ୍ଛ୍ୟାଦି ସ୍ଥାନର ପ୍ରତିମା ଗୁଡିକ ବେଶ ଆକର୍ଷଣୀୟ ହୋଇଥିଲ।। ତେବେ ଏହାରି ମଧ୍ୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଛକରେ ଥିବା ପ୍ରତିମା ପ୍ରାୟ ୧୨ ଫୁଟ ଉଚ୍ଚର ହୋଇଥିବା ବେଳେ ଏହି ପ୍ରତିମାକୁ ଆକର୍ଷିତ କରିବା ପାଇଁ ପ୍ରାୟ ୨୫୦୦୦ ଟଙ୍କାର ୫ଟଙ୍କିଆ କଏନ ତଥା ମୁଦ୍ରାକୁ ବ୍ୟବହାର କରାଯାଇ ଠାକୁରଙ୍କ ବିଭିନ୍ନ ଅଳଙ୍କାର କରାଯାଇଥିବା ବେଳେ ଏହା ଦେଖିବାକୁ ବେସ ଆକର୍ଷିତ ହୋଇଛି । ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଭକ୍ତମାନଙ୍କୁ ବିଘ୍ନରାଜଙ୍କ ଆକୃଷ୍ଟ କରିଲା ଭଳି ପ୍ରତିମା ଗୁଡିକ ପୁଜା ପାଇଛିା ବିଧିବିଧାନ ଅନୁସାରେ ସମସ୍ତ ସ୍ଥାନରେ ପୁଜାପାଠ ସରିଲା ପରେ ସହରରେ ସୁସଜ୍ଜିତ ଆଲୋକ ସଜା, ତୋରଣ, ଡାକବାଜି ଯନ୍ତ୍ର ଦ୍ୱାରା ଭଜନ ଗୁଡିକରେ ସହର ପ୍ରକମ୍ପିତ ହୋଇ ଉଠିଛିା ଏଥିସହ ସମସ୍ତ ସ୍ଥାନରେ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛିା ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟାକ୍ରମ, ଭଜନ ସମାରୋହ ଅନୁଷ୍ଠିତ ହେଉଥିବା ଦେଖବାକୁ ମିଳିଛିା ସେହିପରି ଭାବେ ଜିଲ୍ଲା ସଦରରେ ଥିବା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ମଧ୍ୟ ଗଣେଶ ପୁଜା ବେସ ଧୂମଧାମର ସହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.