ଜିଲ୍ଲାରେ ସୁଭଦ୍ରା ଯୋଜନା ନେଇ ହିତାଧିକାରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ

ଜିଲ୍ଲାର ସମସ୍ତ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ରରେ ସୁରୁଖୁରୁରେ ବହୁ ସଂଖ୍ୟାରେ ପଞ୍ଜିକରଣ କାର୍ଯ୍ୟ ଚାଲୁଅଛି

ମାଲକାନଗିରି, ୧୧/୦୯/୨୪: ଜିଲ୍ଲାରେ ସୁଭଦ୍ରା ଯୋଜନା ନେଇ ହିତାଧିକାରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଜିଲ୍ଲାର ସମସ୍ତ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ରରେ ସୁରୁଖୁରୁରେ ବହୁ ସଂଖ୍ୟାରେ ପଞ୍ଜିକରଣ କାର୍ଯ୍ୟ ଚାଲୁଅଛି। ଏଥି ନିମନ୍ତେ ଜିଲ୍ଲାରେ ୨୯ ହଜାର ୯୩୬ ଜଣ ମୋ ସେବା କେନ୍ଦ୍ରରେ ପଞ୍ଜିକରଣ କରିଛନ୍ତି। ଆଜି ସୁଦ୍ଧା ଚିତ୍ରକୋଣ୍ଡାରେ ୨୨୧୧, କାଲିମେଳାରେ ୯୧୮୮, ଖଇରପୁଟରେ ୨୧୬୭, କୋରକୁଣ୍ଡାରେ ୫୧୦୬, ମାଲକାନଗିରିରେ ୫୨୫୩, ମାଥିଲିରେ ୨୭୧୧ ଓ ପଡ଼ିଆରେ ୨୦୫୦ ସର୍ବମୋଟ ଜିଲ୍ଲାର ସାତଟି ବ୍ଲକରେ ୨୮ ହଜାର ୬୮୬ ଜଣ ଫର୍ମ ପଞ୍ଜିକରଣ କରିଛନ୍ତି। ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୧୩୭ ଜଣ ଓ ମାଲକାନଗିରି ପୌର ପରିଷଦରେ ୧୧୧୩ ଅର୍ଥାତ୍ ୧୨୫୦ ଜଣ ପଞ୍ଜିକରଣ କରିଛନ୍ତି। ସୂଚନା ଥାଉ କି ଜିଲ୍ଲାରେ ୩୦୦ ଟି କୋମନ୍ ସର୍ଭିସ୍ ସେଣ୍ଟର୍ ରହିଥିବା ବେଳେ ୧୩୧ ଟି ମୋ ସେବା କେନ୍ଦ୍ର ରହିଛି।

ଆବେଦନ ନିମନ୍ତେ ଅନ୍ତିମ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଏଣୁ ଆବେଦନକାରୀ ଯେ କୌଣସି ସମୟରେ ନିକଟସ୍ଥ ସେବା କେନ୍ଦ୍ରରେ ଆବେଦନ କରି ପାରିବେ। ୨୧ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ହୋଇଥିବା ମହିଳା ଏହି ଯୋଜନାରେ ଆବେଦନ କରି ପାରିବେ। ଆବେଦନ ଫର୍ମ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ବିନା ମୂଲ୍ୟରେ ଉପଲବ୍ଧ ହେଉଛି। ସେହିପରି ବିନା ମୂଲ୍ୟରେ ସେବା କେନ୍ଦ୍ରରେ ଫର୍ମ ପୂରଣ ଓ ପଞ୍ଜିକରଣ କରାଯାଉଛି। ଆବେଦନକାରୀ ନିଜର ଆଧାର ସହ ବ୍ୟାଙ୍କ୍ ଲିଙ୍କେଜ୍ କରିବା ଆବଶ୍ୟକ । ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ଆଧାର ସଂଶୋଧନ ନିମନ୍ତେ ସ୍ଵତନ୍ତ୍ର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.