xmas

ମାଲକାନଗିରି ବିଧାୟକଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ମାଲକାନଗିରି: ଗତ କିଛି ଦିନ ତଳେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କାଲିମେଳା, ପଡିଆ ଅଞ୍ଚଳରେ ବିଶେଷ ପ୍ରଭାବିତ ହୋଇ ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ନଷ୍ଟ ହୋଇଥିଲା ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମାଲକାନଗିରି ଗସ୍ତରେ ଆସି ବନ୍ୟା ଅଞ୍ଚଳ ହେଲିକପ୍ଟର ଯୋଗେ ଏରିଏଲ୍ ସର୍ଭେ କରି ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲା ପ୍ରଶାସନ ମଧ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି। ଏ ପରିପେକ୍ଷରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ବିଗତ ଦିନରେ ବିଧାନସଭା ଚାଲିଥିବା ବେଳେ ଭୁବନେଶ୍ୱରରେ ଥାଇ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଥିଲେ ଏବଂ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଶ୍ରୀ ମାଡକାମୀ ଆଜି ଜିଲ୍ଲାରେ ପହଞ୍ଚି ପଟେରୁ ଅଞ୍ଚଳର ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କର ଘର, ଫସଲ ଓ ଅନ୍ୟାନ୍ୟ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ବନ୍ୟା ପୀଡ଼ିତା ପରିବାରଙ୍କ ସହ ଆଲୋଚନା କରିଥିଲେ। ବନ୍ୟାରେ କ୍ଷୟକ୍ଷତିର ସ୍ଥିତି ପରଖିଥିଲେ ଏବଂ କ୍ଷତିପୂରଣ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀ, ମାଣିକ ଲାଲ ଚକ୍ରବର୍ତ୍ତି, ଭବାନୀ ଶଙ୍କର ମୁଖାର୍ଜୀ, ନିହାର ରାୟ, ସଞ୍ଜୟ ସରକାର, ବିଜୟ ମହାରଣା, ରାୱଲ୍ ତାୱାରି, ଶିଶିର ହାଲଦାର, ହରବିଲାଶ ମଣ୍ଡଳ, ସତ୍ୟ ଶରଣ ପାଲ, ମନୋଡ଼ିପାନ ରାୟ, ସୁମନ୍ତ ରାୟ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.