xmas

ଭାରତ ରତ୍ନ ଇଂଜିନିୟର ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱର ରାୟ ନିର୍ମାଣ କୌଶଳରେ ଗୁରୁ ଥିଲେ

୫୭ତମ ଇଂଜିନିୟର ଦିବସରେ ଅତିଥିମାନଙ୍କ ବକ୍ତବ୍ୟ
ମାଲକାନଗିରି
,୧୭।୯: ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନ ପରିସରରେ ଡିପ୍ଲୋମା ଇଂଜିନିୟର ସର୍ଭିସ ଆସୋସିଏସନ ତରଫରୁ ସଭାପତି ଇଂ. ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ୫୭ତମ ଇଂଜିନିୟର ଦିବସ ଅନୁଷ୍ଠିତ ହୋଇ ଯାଇଛିା ଏହି ଅବସରରେ ଭାରତ ରତ୍ନ ଇଂଜିନିୟର ମୋକ୍ଷେଗୁଣ୍ଡମ୍ ବିଶ୍ୱେଶ୍ୱର ରାୟ ନର୍ମାଣ କୌଶଳରେ ଭାରତର ଗୁରୁ ଥିଲେ ବୋଲି ଅତିଥି ମାନେ ନିଜ ନିଜର ମତବ୍ୟକ୍ତ କରିଥିଲୋ ଆଜି ଇଂଜିନିୟର କ୍ଷେତ୍ରରେ ଭାରତ ବିଶ୍ୱରେ ତାହାର ସୁନାମ ଅର୍ଜନ କରିବାର ଶ୍ରୀ ରାୟଙ୍କ ଅବଦାନ କେହି ଭୁଲି ପାରିବେ ନାହିାଁ ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କୁ ସ୍ମରଣ କରିବା ପାଇଁ ଏହି ଦିବସଟିକୁ ଇଂଜିନିୟର ଦିବସ ରୂପେ ପାଳନ କରାଯାଏା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଯୋଗ ଦେଇଥଇବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ସୁଜିତ କୁମାର ବେହେରା, ପି.ଡବ୍ଲୁଡି ଯନ୍ତ୍ରୀ ନିହାର ରଂଜନ ବେହେରା, ବାଲିମେଳା ଜଳସେଚନ ନିର୍ୱାହୀ ଯନ୍ତ୍ରୀ ଅଭିମନ୍ୟୁ ପ୍ରଧାନ, ସଲିଡ ହେଚ୍‌.ଡି ସିମେଂଟ ଯାନ୍ତ୍ରିକ ମୁଖ୍ୟ ଆଶିଷ କୁମାର ବେହୁରିଆ, ସାଧାରଣ ପରିଚାଳକ କେ. ଜୟକ୍ରିଷ୍ଣା ପ୍ରମୁଖ ମଂଚାସୀନ ଥିଲୋ ପ୍ରାରମ୍ଭରେ ଏମ୍‌. ବିଶ୍ୱେଶ୍ୱର ରାୟଙ୍କ ଫ୍ରଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କରିଥିବା ବେଳେ ସଂଘର ଜୋନାଲ ସମ୍ପାଦକ କୃତିବାସ ନାୟକ ସଂଘର ବିବରଣୀ ପାଠ କରିଥିଲୋ ଅତିଥିମାନେ ମାଲକାନଗିରି ଭଳି ଏକ ଉପାନ୍ତ, ମାଓ ପ୍ରବଣ, ବଣ, ଜଙ୍ଗଲ, ପାହାଡ ଘେରା ଅଂଚଳରେ ନିଜ ଜୀବନକୁ ବିପନ୍ନରେ ପକାଇ ଜିଲ୍ଲାର ଗମନାଗମନ, ଗୃହ ନିର୍ମାଣ, ଜଳସେଚନ ଭଲି ବହୁ କାର୍ଯ୍ୟରେ କିପରି ସମ୍ପାଦନ କରି ମାଲକାନଗିରି ଜିଲ୍ଲାକୁ ଦେଶରେ ନୂତନ ପରିଚୟ ଦେଇଛନ୍ତି ଏବଂ ଆଗାମୀ ଦିନରେ କଠିନ ପରିଶ୍ରମ, ନିଜର ଇଂଜିନିୟରିଙ୍ଗ ଜ୍ଞାନ କୌଶଳ ପ୍ରୟୋଗ କରି ଜିଲ୍ଲାକୁ ନିର୍ମାଣ କ୍ଷେତ୍ରରେ ଆଗେଇ ନେବେ ସେ ସମ୍ବନ୍ଧରେ ଅତିଥିମାନେ ନିଜ ନିଜର ମତବ୍ୟକ୍ତ କରିଥିଲୋ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୧୦୦ରୁ ଉର୍ଧ ଇଂଜିନିୟର ଅଂଶଗ୍ରହଣ କରିଥିବା ବେଳେ ସଂଘର ଉପସଭାପତି ଦିପକ ପ୍ରଧାନ, ସମ୍ପାଦକ ସୁଦିପ୍ତା ସାହୁ, ଅତିରିକ୍ତ ଜୋନାଲ ସମ୍ପାଦକ ମଳୟ ମିସ୍ତ୍ରୀ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲୋ ଶେଷରେ ଇଂ. କାର୍ତିକ ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.