xmas

ଫେରାର ଥିବା ଟୁନୁ ଶଗଡ଼ିଆ ପିସ୍ତଲ୍ ସହ ଗିରଫ

ମାଲକାନଗିରି: ଚୋରା ଗଞ୍ଜେଇ କାରବାର ସହ ବିଭିନ୍ନ ମାମଲାରେ ସଂପୃକ୍ତ ଓ ଲିପ୍ତ ଥିବା ଟୁନୁ ଶଗଡ଼ିଆ ଠାରୁ ଗୋଟିଏ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ କରିବା ସହ ଗୋଟିଏ ସ୍କୁଟି, ମୋବାଇଲ ଜବତ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ବସଷ୍ଟେଣ୍ଡ ସାହିର ଟୁନୁ ଶଗଡିଆ ଦିର୍ଘ ଦିନ ଧରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସକୁ ଚଖମା ଦେଇ ବାହାର ରାଜ୍ୟରେ ରହୁଥିଲା । ତେବେ ଆଜି ଗଞ୍ଜେଇ ନେବା ଲାଗି ମାଲକାନଗିରି ଆସୁଥିବା ବେଳେ କମ୍ପାଖାରି ଚେକ୍ ପୋଷ୍ଟ ନିକଟରୁ ପୋଲିସ ତାଙ୍କୁ ଗିରଫ କରିଛି । ଟୁନୁ ଶଗଡିଆଙ୍କ ନାମରେ ମାଲକାନଗିରି ଜିଲ୍ଲାରେ ପୂର୍ବରୁ ଆଠଟି ଅପରାଧିକ ମାମଲା ରହିଛି । ହେଲେ ଦିର୍ଘ ଦିନ ଧରି ଫେରାର ଥିବା ଟୁନୁ ଶଗଡିଆଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ମାଲକାନଗିରି ଏସଡିପିଓ ସଚିନ ପଟେଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.