୭୨ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ମାଲକାନଗିରି, ୧୮/୯/୨୪: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୭୨ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନରରଙ୍ଗପୁର ସାଂସଦ, ବଳଭଦ୍ର ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପତିତ ପାବନ ବୈଦ୍ୟ, ମାଲକାନଗିରି ବିଧାୟକ, ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ, ମଙ୍ଗୁ ଖିଲ, ଜିଲ୍ଲାପାଳ, ଆଶିଷ ଈଶ୍ୱର ପାଟିଲ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ମଞ୍ଚାସୀନ ଥିଲେ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଗ୍ରାମାଞ୍ଚଳ ରାସ୍ତାକୁ ରାସ୍ତା ଓ କୋଠାବାଡ଼ି ବିଭାଗକୁ ହସ୍ତାନ୍ତର କରି କାର୍ଯ୍ୟ ତ୍ଵରାନିତ କରିବା ପାଇଁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମେଗା ଲିଫ୍ଟ ୧୨ଟି ପ୍ରକଳ୍ପରୁ ୮ଟି ସଂପୂର୍ଣ୍ଣ ହୋଇଛି ବୋଲି ସୂଚନା ଦିଆଯାଇଛି। ଜିଲ୍ଲାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଆଜି ବୈଠକରେ ଅନୁମୋଦନ କରାଯାଇଅଛି। କେନ୍ଦୁ ପତ୍ର ନିମନ୍ତେ ଲୋକଙ୍କ ମଧ୍ୟରେ ଆହୁରି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଅଛି ବୋଲି ସାଂସଦ ଗୁରୁତ୍ଵାରୋପ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ଜାତୀୟ ରାଜପଥ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ କୁହାଯାଇଛି । ଆଦିବାସୀ ଓ ହରିଜନ ଉନ୍ନୟନ, କୃଷି, ପ୍ରାକୃତିକ ବିପର୍ଯ୍ୟୟ ଓ ସ୍ଵାସ୍ଥ୍ୟ ସେବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଛି। ବୈଠକରେ ଜିଲ୍ଲା ପରିଷଦର ସମସ୍ତ ସଭ୍ୟ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.