ସାଂସଦ ପ୍ରତିନିଧିଙ୍କ ନେତୃତ୍ୱରେ ଏକ ବିଜେପି ପ୍ରତିନିଧି ଦଳ ବିଭିନ୍ନ ସମସ୍ୟାକୁ ନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୪ ଦଫା ଦାବି ପତ୍ର ପ୍ରଦାନ

ମାଲକାନଗିରି: ପୌର ପରିଷଦ ଅଧୀନରେ ଥିବା ୧୯ଟି ୱାର୍ଡର ବିଭିନ୍ନ ସମସ୍ୟା ଟ୍ରାଫିକ ସମସ୍ୟା, ବୁଲା ଗୋରୁ ଗାଈଙ୍କ ଅବାଧ ବିଚରଣ ଅନ୍ୟାନ୍ୟ ସମସ୍ୟାକୁ ନେଇ ପୌର ପରିଷଦ ସାଂସଦ ପ୍ରତିନିଧି ବିଜୟ ମହାରଣାଙ୍କ ନେତୃତ୍ୱରେ ବିଜେପି ଏକ ପ୍ରତିନିଧି ଦଳ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର ପରିଷଦର ବିଭିନ୍ନ ସମସ୍ୟାକୁ ନେଇ ୪ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ସମସ୍ୟା ଗୁଡ଼ିକ ମଧ୍ୟରେ ସୁବାସ ଛକ ନିକଟରେ ଦୈନିକ ବଜାର ଆସୁଥିବା ଗ୍ରାହକ ମାନେ ଗାଡ଼ି ପାର୍କିଂ ସ୍ଥାନରେ ନ ରଖି ରାସ୍ତା ନିକଟରେ ରଖୁଥିବାରୁ ସୁବାସ ଛକ ଠାରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଉପୁଜିଛି ତେଣୁ ଗ୍ରାହକ ମାନେ ଗାଡ଼ି ପାର୍କିଂ ସ୍ଥାନରେ ରଖିବା ପଦକ୍ଷେପ ଗ୍ରହଣ କରିବା ଏବଂ ବସଷ୍ଟାଣ୍ଡ ଠାରୁ ଦିପ୍ତି କନଭେଣ୍ଟ ସ୍କୁଲ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଅନେକ ବଡ଼ ବଡ଼ ଯାନବାହାନ ଚଳାଚଳ ହେଉଛି ଯାହା ଦ୍ଵାରା କି ବିଦ୍ୟାଳୟକୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ନାଇ ନଥିବାର ଅସୁବିଧାର ସମ୍ମଖୀନ ହେବାକୁ ପଡୁଛି ସେଥିପାଇଁ ପୌର ପରିଷଦ ପକ୍ଷରୁ ସେହି ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।ସେହିପରି ଧୋବା ସାହି ନିକଟରେ ଥିବା ମଶାଣିର ଚତୁପାଶ୍ୱରେ ଅଳିଆ ଆବର୍ଜ୍ଜନା ପଡ଼ି ରହିଛି। ଏହାକୁ ସଫା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଏବଂ ପୌର ପରିଷଦର ୩୨୬ ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ ବଢ଼ି ଯିବାରୁ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଜନସାଧାରଣଙ୍କ ସହ ଗାଈ ଗୋରୁ ମଧ୍ୟ ଆହତ ହେଉଛନ୍ତି ତେଣୁ ବୁଲା ଗାଈ ଗୋରୁଙ୍କୁ ମୁଖ୍ୟ ରାସ୍ତା ଜାତୀୟ ରାଜପଥରୁ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ସାଂସଦ ପ୍ରତିନିଧି ସମେତ ଏକ ବିଜେପି ପ୍ରତିନିଧି ଦଳ ଓ ସହରର ବୁଦ୍ଧିଜୀବୀ ମାନେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଲୋଚନା ପୂର୍ବକ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବୁଦ୍ଧିଜୀବୀ ତଥା ସାମ୍ବାଦିକ ବି ଶ୍ରୀନିବାସ ପାତ୍ର, ଭାଗିରଥି ଦଳେଇ, ହୃଷୀକେଶ ମହାରଣା, ସରୋଜ ଦଳେଇ, ପି ବୁଜି ପ୍ରମୁଖ ଅଧିକାରୀଙ୍କ ସହ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.